ମୁମ୍ବାଇ : ଡୋମ୍ବିଭଲି (ପୂର୍ବ) ରେ ସ୍ୱାମୀ ଛାଡି ଦେଇଥିବା 58 ବର୍ଷ ବୟସ୍କା ମହିଳାଙ୍କୁ ହତ୍ୟା କରି ଲୁଟିନେବା ଘଟଣାରେ ଥାନେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଜଣକ ମୃତକଙ୍କ ଦୀର୍ଘ ଦିନର ବନ୍ଧୁ ବୋଲି କୁହାଯାଉଛି।
ଅଭିଯୁକ୍ତ ଜଣକ ଡୋମ୍ବିଭଲି (ପୂର୍ବ) ର ଏକ ବସ୍ତିର ବାସିନ୍ଦା 40 ବର୍ଷ ବୟସ୍କା ସୀମା ଖୋପଡେ ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ହତ୍ୟାର ଶିକାର ହୋଇଥିବା ମହିଳା ଏକ ଭୋଜନାଳୟ ଚଳାଉଥିଲେ 1 ଅଭିଯୁକ୍ତ ମହିଳା ସୁନା ଅଳଙ୍କାର ପାଇଁ ବୟସ୍କା ମହିଳାଙ୍କୁ ହତ୍ୟା କରିଛି । ଅଭିଯୁକ୍ତଙ୍କ ବିପୁଳ ଋଣ ଥିବାରୁ ତାହା ଶୁଝିବା ପାଇଁ ଏପରି କରିଥିବା କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ ମୃତ ମହିଳା ତାଙ୍କ ଭୋଜନାଳୟରୁ ଫେରି ତାଙ୍କ ଘରୁ ସମସ୍ତେ ପୁଣେ ଯାଇଥିବାର ଜାଣିବା ପରେ ରାତିରେ ତାଙ୍କ ଘରେ ରହିବା ପାଇଁ ଖୋପଡେଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ପୋଲିସ କହିଛି।
ମୃତ ଭବସ୍କର ତିଲକ ଚକ୍ରେ ଆନନ୍ଦ ଶେଲା ବିଲ୍ଡିଂରେ ଥିବା ତାଙ୍କ ଫ୍ଲାଟରେରେ ରହୁଥିଲେ, ଅଭିଯୁକ୍ତ ତାଙ୍କୁ ସେହିଠାରେ ଗଳା କାଟି ହତ୍ୟା କରିଥିବା ଜଣାପଡିଛି।
ପ୍ରାରମ୍ଭରେ ପୋଲିସ ସନ୍ଦେହ କରିଥିଲା ଯେ ମହିଳା ଜଣଙ୍କ ନାମରେ ଅନେକ ସମ୍ପତ୍ତି ଥିବାରୁ ସେହି ସମ୍ପତ୍ତି ବିବାଦ ହେତୁ ତାଙ୍କୁ ହତ୍ୟା କରାଯାଇଥାଇପାରେ।
ଫୋନ କଲ୍ ବିବରଣୀ ଏବଂ ସିସିଟିଭି ଫୁଟେଜ୍ ବିଶ୍ଳେଷଣ କରିବା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କ ଘରେ ପହଞ୍ଚି ମଙ୍ଗଳବାର ଦିନ ପଚରାଉଚରା କରିଥିଲା। ଅଭିଯୁକ୍ତ ମହିଳା ଚୋପାଡେ ତା’ ଅପରାଧ ସ୍ୱୀକାର କରିଥିବା ପୋଲିସ କହିଛି।
ପୋଲିସର ସୂଚନାନୁସାରେ, ମୃତ ମହିଳାଙ୍କ ମାଲିକାନାରେ ଏକ ଦୋକାନ ଥିବାରୁ ଅଭିଯୁକ୍ତ ଭବସ୍କରଙ୍କୁ 18 ବର୍ଷରୁ ଅଧିକ ସମୟ ଧରି ଜାଣିଥିଲେ।
ଯେହେତୁ ପୀଡିତା ସ୍ୱାମୀଙ୍କ ଛାଡପତ୍ର ପରେ ଏକାକୀ ରହୁଥିଲେ, ସେ ଖୋପଡେଙ୍କୁ ରାତିରେ ରହିବାକୁ ନିମନ୍ତ୍ରଣ କରିଥିଲେ |
“ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଖୋପଡେଙ୍କର ପ୍ରାୟ 14 ଲକ୍ଷ ଟଙ୍କାର ଋଣ ଥିଲା। ଯେତେବେଳେ ଭବସ୍କର ତାଙ୍କୁ ତାଙ୍କ ଫ୍ଲାଟରେ ରାତି କଟାଇବାକୁ ନିମନ୍ତ୍ରଣ କରିଥିଲେ, ସେତେବେଳେ ଖୋପଡେ ହଠାତ୍ ରାତି ପ୍ରାୟ 2.30 ସମୟରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। କାନଫୁଲ, ସୁନା ଚେନ୍, ରିଙ୍ଗ, ପାଖାପାଖି 10 ତୋଳାର ଦୁଇଟି ବାଙ୍ଗଲ୍, ବୋଲି ତିଲକ ନାଗର ପୋଲିସ୍ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଅଜୟ ଆଫାଲେଙ୍କ ରିପୋର୍ଟରେ ଦର୍ଶାଯାଇଛନ୍ତି ।
ପୋଲିସ କହିଛି ଯେ ସେମାନେ ଏପର୍ଯ୍ୟନ୍ତ ଅଳଙ୍କାର ଉଦ୍ଧାର କରିନାହାଁନ୍ତି। ପୋଲିସ୍ କହିଛି ଯେ ହତ୍ୟା ମାମଲା ନେଇ ଅଭିଯୁକ୍ତଙ୍କ ସ୍ୱାମୀ ଜାଣି ନାହାଁନ୍ତି।