28.1 C
Bhubaneswar
Sunday, October 6, 2024
Homeଅପରାଧଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼

ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ଉକ୍ତ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ( ୫୦ ) ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅଚାନକ ତାଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଛନ୍ତି। ଗୁଳିଗୁଡ଼ିକ ମହିଳାଙ୍କ ଅଣ୍ଟା, ପେଟ ଓ ହାତରେ ବାଜିଛି। ତାଙ୍କ ସ୍ଵାମୀ ଓ ପୁଅ ଉଠି ଦେଖନ୍ତି ତ ଦୁଇଜଣ ବ୍ୟକ୍ତି ଅନ୍ଧାରର ସୁଯୋଗନେଇ ଦୌଡ଼ି ପଳାଉଛନ୍ତି। ପରିବାର ଲୋକେ ମହିଳାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଲକ୍ଷ୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆଇଏଏସ୍ ସ୍ତରରେ ବଦଳୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking