29.1 C
Bhubaneswar
Thursday, July 17, 2025
Homeଓଡିଶାସାପ କାମୁଡ଼ାରେ ମହିଳା ମୃତ

ସାପ କାମୁଡ଼ାରେ ମହିଳା ମୃତ

ଦେବଗଡ଼: ବିଷାକ୍ତ ଚିତି ସାପ କାମୁଡ଼ାରେ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମପଞ୍ଚାୟତ ସଦର ମହକୁମାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସଇଡା ଗ୍ରାମର ଯୋଗେଶ୍ୱର ଲୁହୁରାଙ୍କ ପତ୍ନୀ ସୁଷମା ଲୁହୁରା(୪୧) ଗତକାଲି ରାତିରେ ଖିଆପିଆ ସାରି ଘରର ଚଟାଣରେ ଶୋଇଥିଲେ। ତେବେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କ କାନକୁ ଏକ ବିଷାକ୍ତ ଚିତିସାପ କାମୁଡ଼ି ଦେବାରୁ ସେ ଚମକି ପଡ଼ି ନିଦରୁ ଉଠିପଡ଼ିଥିଲେ।

ଏକଥା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ବାରକୋଟ ଥାନା ପୁଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ଏନେଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking