31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିଦ୍ୟୁତ୍ ଆଘାତରେ ମହିଳା ମୃତ, ୪ ଆହତ

ବିଦ୍ୟୁତ୍ ଆଘାତରେ ମହିଳା ମୃତ, ୪ ଆହତ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଆସି ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ତନ୍ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କାଟପନ୍ନ ଥିବାରୁ ତାଙ୍କୁ ଜଗତସିଂହପୁର ମେଡିକାଲକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ କୁଜଙ୍ଗ ବ୍ଲକ ଅଧିନ ଗୋପିଆକୁଦ ପଞ୍ଚାୟତ ଅନ୍ତର୍ଗତ ଦୁଆଡିଆ ବାଲିସାହି ଗ୍ରାମର ରାନୁ ବେହେରା (୨୯) ବାପଘରକୁ ଆସିଥିଲେ । ସକାଳୁ ଗାଧୋଇ ସାରି ଘର ଲାଇଟ୍ ସୁଇଚ୍ ଅନ କରୁଥିଲା ବେଳେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ।

ତାଙ୍କ ଚିତ୍କାର ଶୁଣି ଭାଇ ଚନ୍ଦନ ରାଉତ ତାଙ୍କୁ ରକ୍ଷା କରିବାକୁ ଯାଇଥିବାବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ତଳେ ପଡ଼ିଯାଇଥିଲେ । ପରେ ଉଭୟଙ୍କୁ ଉଦ୍ଧାର କରିବାକୁ ଅଜା ଦାସରଥୀ ରାଉତ, ମା’ ଉଲ ରାଉତ ଓ ଅନ୍ୟ ଜଣେ ପଡୋଶୀ ଭଗବାନ ପରିଡ଼ା ମଧ୍ୟ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking