31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶୟୁପିରେ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ିଗଲେ ମହିଳା

ୟୁପିରେ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ିଗଲେ ମହିଳା

ଗୋରଖପୁର : ପଡ଼ୋଶୀ ଗ୍ରାମର ଜଣେ ପୁରୁଷଙ୍କ ସହ ଉତ୍ତରପ୍ରଦେଶ ଗୋରଖପୁରର ଜଣେ ବିବାହିତା ମହିଳା ତଥା ୩ ପିଲାଙ୍କ ମାଆଙ୍କର ୭ ବର୍ଷର ଅନୈତିକ ସମ୍ପର୍କ ଧରାପଡ଼ିବା ପରେ ବୁଧବାର ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋରଖପୁରର ପିପ୍ରାଇଚରେ ଉକ୍ତ ୩୪ ବର୍ଷୀୟା ମହିଳାଙ୍କ ସ୍ୱାମୀ ତାଙ୍କ ପରକୀୟା ସମ୍ପର୍କ ବିଷୟରେ ଜାଣିବା ପରେ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମହିଳା ଜଣକ ଉକ୍ତ ପୁରୁଷଙ୍କୁ ତାଙ୍କ ଘରେ ରଖି ତାଙ୍କଠାରୁ ଆର୍ଥିକ ସହାୟତା ହାସଲ କରିବେ ବୋଲି ଦାବି କରିଥିଲେ। ଏହି ପ୍ରସ୍ତାବକୁ ମହିଳାଙ୍କ ସ୍ବାମୀ ରାମଗୋବିନ୍ଦ ତୀବ୍ର ବିରୋଧ କରି ଘରୁ ବାହାରକୁ ଚାଲି ଆସିଥିଲେ। ଏହାପରେ ମହିଳା ଜଣକ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଚଢ଼ିବା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ମହିଳା ଜଣକ ହାଇଟେନ୍ସନ୍ ତାର ଥିବା ଖୁଣ୍ଟ ଉପରେ ବିପଦସଙ୍କୁଳ ଅବସ୍ଥାରେ ବସିଥିବାରୁ ଲୋକମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସେମାନେ ତୁରନ୍ତ ଉଭୟ ପୁଲିସ ଓ ବିଦ୍ୟୁତ୍ ବିଭାଗର ଟିମ୍‌କୁ ଘଟଣାସ୍ଥଳକୁ ପଠାଇଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରାଯିବା ସହ ମହିଳାଙ୍କୁ ଅସୁରକ୍ଷିତ ସ୍ଥାନରୁ ତଳକୁ ଅଣାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking