30.1 C
Bhubaneswar
Friday, May 3, 2024
Homeଅପରାଧନାବାଳିକାଙ୍କୁ ଅନୈତିକ କାମରେ ନିୟୋଜିତ କରି ମହିଳା ଗିରଫ

ନାବାଳିକାଙ୍କୁ ଅନୈତିକ କାମରେ ନିୟୋଜିତ କରି ମହିଳା ଗିରଫ

ବ୍ରହ୍ମପୁର: ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରି ଥିବା ଅଭିଯୋଗରେ ଆଜି ଜଣେ ସହଯୋଗୀଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ଅନନ୍ତ ନଗରର ରୁବିନା ସାହୁ ବୋଲି ପୁଲିସ କହିଛି । ବିଭିନ୍ନ ସମୟରେ ଅଭିଯୁକ୍ତ ଜଣକ ସେମାନଙ୍କୁ ସହଯୋଗ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି। ସୂଚନାଯୋଗ୍ୟ ଯେ, କେ.ନୂଆଗାଁ ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭାଇଙ୍କ ସହ ଆସି ପାଠ ପଢ଼ିବା ପାଇଁ ଆସି ବ୍ରହ୍ମପୁରରେ ରହୁଥିଲେ । ଗତ ଜାନୁୟାରୀ ୨୨ ତାରିଖରେ ଉକ୍ତ ନାବାଳିକା ଜଣଙ୍କ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ ।

ଏନେଇ ତାଙ୍କ ଭାଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଖୋଜ ନାବାଳିକାଙ୍କ କୌଣସି ପତ୍ତା ପାଇନଥିଲା । ଉକ୍ତ ନିଖୋଜ ନାବାଳିକାଙ୍କୁ ଭେଣ୍ଡିଂ ଜୋନ୍‌ର ଜଣେ ପରିବା ବ୍ୟବସାୟୀ ଅଭିରାମ କୋର୍ଟପେଟା ଛକରୁ ପାଇ ଲତାଙ୍କ ଘର ରଖିଥିଲେ । ପରେ ସେ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।

ଏହା ପରେ ଲତା ଜୟପୁରର ଆମ୍ବଗୁଡା ଅଞ୍ଚଳରେ ରହୁଥିବା ବିଚିତ୍ରା ମଣ୍ଡଳ ନାମକ ଜଣେ ମହିଳାଙ୍କ ନିକଟଙ୍କୁ ନାବାଳିକାଙ୍କୁ ପଠାଇ ଦେଇଥିଲେ । ସେ ତାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ଏହି ଘଟଣା ଜାଣିବା ପରେ ଘଟଣାର ତଦନ୍ତ କରି ପୁଲିସ ପଶ୍ଚିମବଙ୍ଗର ମହିଳା ବିଚିତ୍ରା ମଣ୍ଡଳ, କର୍ପୋରେଟର ପ୍ରାର୍ଥୀ ଲତା ଦାସ, ପରିବା ବ୍ୟବସାୟୀ ଅଭିରାମ ପାତ୍ର ଓ ଜୟପୁର ନିକଟ ଆମ୍ଭଗୁଡ଼ାର ଗ୍ରାହକ ରୋହିତ୍ ଦେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking