35.1 C
Bhubaneswar
Tuesday, April 23, 2024
Homeଓଡିଶାଅସନପାଟ ସେବାଶ୍ରମରେ ଅଜଣା ରୋଗ ଆକ୍ରାନ୍ତ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ଅସନପାଟ ସେବାଶ୍ରମରେ ଅଜଣା ରୋଗ ଆକ୍ରାନ୍ତ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ଉଖୁଣ୍ଡା : ଝୁମ୍ପୁରା ବ୍ଲକ୍‌ର ଅସନପାଟସ୍ଥିତ ସେବାଶ୍ରମରେ ରହୁଥିବା ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଆଦିବାସୀ-ଦଳିତ ବାଳକ/ବାଳିକା ରହି ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଛାତ୍ରୀମାନେ ଅଜଣା ରୋଗରେ ପଡ଼ିଥିବା ଜଣାଯାଇଛି । ଛାତ୍ରୀଙ୍କ ଗୋଡ଼ରେ ହଠାତ୍ ବ୍ୟଥାହେଉଛି ଏବଂ ସେମାନେ ଚାଲିପାରୁନାହାନ୍ତି । ଯେଉଁ ଛାତ୍ରୀଙ୍କୁ ଏହି ରୋଗ ଆରମ୍ଭହେଉଛି, ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ତତ୍ତ୍ୱାବଧାନରେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବା ସହିତ ଜିଲ୍ଲା ଏବଂ ବ୍ଲକ୍‌ସ୍ତରରେ ରହିଥିବା ସ୍ୱତନ୍ତ୍ର ଡାକ୍ତରୀଦଳ ବିଦ୍ୟାଳୟରେ ପହଞ୍ଚି ରକ୍ତ ପରୀକ୍ଷାଠାରୁ ସ୍ୱାସ୍ଥ୍ୟପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳୁଛି । ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସିନୀଙ୍କର ରୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଡାକ୍ତରୀଦଳ ସେମାନଙ୍କ ରୋଗର ଲକ୍ଷଣ ସହିତ ଏହି ରୋଗ କେଉଁ କାରଣରୁ ବ୍ୟାପୁଛି ତାର ତର୍ଜମା ଚଳାଇଛନ୍ତି । ଯେଉଁ ଛାତ୍ରୀମାନେ ରୋଗରେ ପଡ଼ିଛନ୍ତି ସେମାନଙ୍କୁ ଡାକ୍ତରୀ ଦଳ ଗୋଟିଏ ସ୍ୱତନ୍ତ୍ର କୋଠରିରେ ରଖି ତାଙ୍କର ଲକ୍ଷଣକୁ ଟିକିନିଖି ଦେଖିବା ସହିତ ଦେହର ତାତି କିପରି ରହୁଛି ତାହା ତଦାରଖ କରୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି, କିଛି ଛାତ୍ରୀଙ୍କ ଗୋଡ଼ବ୍ୟଥା ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ଅସନପାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଔଷଧ ଆଣିଥିଲୁ । କିନ୍ତୁ ବ୍ୟଥା ନକମିବାରୁ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲୁ । ଝୁମ୍ପୁରା ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରମାନେ ବିଦ୍ୟାଳୟରେ ପହଞ୍ଚି ଆକ୍ରାନ୍ତ ଛାତ୍ରୀଙ୍କ ରୋଗକୁ ଦେଖି ପରୀକ୍ଷା କରିବା ସହିତ ଔଷଧ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking