28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବ୍ଲାକବୋର୍ଡ ଗୋଟିଏ କିନ୍ତୁ ୨ ଟି ବିଷୟ ହେଉଛି ପାଠପଢା

ବ୍ଲାକବୋର୍ଡ ଗୋଟିଏ କିନ୍ତୁ ୨ ଟି ବିଷୟ ହେଉଛି ପାଠପଢା

ନୂଆଦିଲ୍ଲୀ : ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବେଳେ ବେଳେ ଯୋଜନା କେବଳ ଫାଇଲ ଭିତରେ ହିଁ ରହି ଯାଉଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ଲାକବୋର୍ଡ ଗୋଟିଏ କିନ୍ତୁ ୨ ଟି ବିଷୟ ହେଉଛି ପାଠପଢା । ଗୋଟିଏ ହିନ୍ଦୁ ଆଉ ଗୋଟିଏ ଉର୍ଦ୍ଦୁ ।ତେବେ ସେହି ବିଦ୍ୟାଳୟ ର ନାମ ହେଉଛି ଆଦର୍ଶ ମିଡିଲ ସ୍କୁଲ । ଏହି ଆଦର୍ଶ ସ୍କୁଲ ର ଏପରି ପରିସ୍ଥିତି ୨୦୧୭ ରୁ ରହିଆସିଛି । ୫ ବର୍ଷ ହୋଇଗଲାଣି ଏପରି ଶିକ୍ଷା ବ୍ୟବସ୍ଥା ରେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରି ଆସୁଛନ୍ତି । ତେବେ ଏହି ବିଦ୍ୟାଳୟ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ତେବେ ଏହି ବିଦ୍ୟାଳୟ ଟି କାଟିହର ଜିଲ୍ଲା ରେ ରହିଛି ।ଯେଉଁ ଠାରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ଅଳ୍ପ ଶିକ୍ଷକ ରହିଥିବା ବେଳେ କ୍ଲାସ ରୁମ ରେ ଗୋଟିଏ ବ୍ଲାକବୋର୍ଡ ରହିଛି । ବ୍ଲାକ ବୋର୍ଡର ଗୋଟିଏ ପଟେ ହିନ୍ଦୀ ପଢା ହେଉଥିବା ବେଳେ ଅନ୍ୟ ପଟେ ପଢା ହେଉଛି ଉର୍ଦ୍ଦୁ । ୨୦୧୭ ରେ ମଣିହାର ବ୍ଲକର ର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ କୁ ଆଜାମପୁର ଗୋଲା ମଧ୍ୟମ ବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।ବିଦ୍ୟାଳୟ ସ୍ଥାନାନ୍ତରିତ ହେଲା କିନ୍ତୁ ପ୍ରଶାସନ ବିଦ୍ୟାଳୟର କୋଠରୀ ବୃଦ୍ଧି କରିବାକୁ ଭୁଲିଗଲା । ସେବେଠାରୁ ପିଲା ମାନେ ଗୋଟିଏ ଶ୍ରେଣୀ ଗୃହ ରେ ପାଠ ପଢୁଛନ୍ତି । ଆଦର୍ଶ ମିଡିଲସ୍କୁଲ ର ଶିକ୍ଷକ ପ୍ରିୟଙ୍କା କୁମାରୀ କହିଛନ୍ତି କି , ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ କୁ ୨୦୧୭ ରେ ଶିକ୍ଷା ବିଭାଗ ଆମ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିଛନ୍ତି ।ଜାଗା ଅଭାବ ହେତୁ ଶିକ୍ଷକ ମାନେ ଗୋଟିଏ ଶ୍ରେଣୀ ରେ ହିନ୍ଦୀ ଏବଂ ଉର୍ଦ୍ଦୁ ଶିକ୍ଷା ଦେଉଛନ୍ତି । ଏହି ବିଦ୍ୟାଳୟ ରେ ସମୁଦାୟ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ୧୬୩ । ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇବାକୁ ବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ଏହି କାରଣପାଇଁ ଗୋଟିଏ ଦିନ ରେ କେବଳ ଦୁଇଟି ଶ୍ରଣୀ ର ପିଲାଙ୍କର କ୍ଲାସ ହୋଇଥାଏ । ତେବେ ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ୟ ଶ୍ରେଣୀ ଗୃହ ନିର୍ମାଣ କରିବାର ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking