34.3 C
Bhubaneswar
Monday, June 22, 2026
Homeଓଡିଶାକମିବ ଶୀତ: ବଢିବ ତାପମାତ୍ରା

କମିବ ଶୀତ: ବଢିବ ତାପମାତ୍ରା

ଭୁବନେଶ୍ୱର: କମିବ ଶୀତ, ବଢିବ ତାପମାତ୍ରା। ଆଜିଠାରୁ ରାତିର ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇପାରେ। ଏହା ଯୋଗୁଁ ଶୀତ ଲହରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ଟିକିଏ ଅଧିକ ରହିପାରେ। ସେହିପରି ପାଣିପାଗ ବିଭାଗ ଅନୁମାନ କରିଛି ଯେ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ କୁହୁଡ଼ି ଦେଖାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking