20.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶକ୍ରୁଡ୍‌, ଏଟିଏଫ୍ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡ୍‌ଫଲ ଟିକସ ହ୍ରାସ

କ୍ରୁଡ୍‌, ଏଟିଏଫ୍ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡ୍‌ଫଲ ଟିକସ ହ୍ରାସ

ନୂଆଦିଲ୍ଲୀ: ଭାରତ ସରକାର ଘରୋଇ କ୍ଷେତ୍ରରେ ଉତ୍ପାଦିତ ଅଣବିଶୋଧିତ ତୈଳ (କ୍ରୁଡ୍‌), ଏଟିଏଫ୍ (ଆଭିଏସନ ଟର୍ବାଇନ୍ ଫୁଏଲ-ବିମାନ ଇନ୍ଧନ) ଓ ଡିଜେଲ ରପ୍ତାନୀ ଉପରେ ଲାଗୁ କରାଯାଉଥିବା ୱିଣ୍ଡ୍‌ଫଲ ଟିକସକୁ ହ୍ରାସ କରିଛନ୍ତି । ଜାନୁଆରୀ ୧୭ରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆନ୍ତର୍ଜାତିକ ତୈଳ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିବାରୁ ଏହାକୁୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ନିିଷ୍ପତ୍ତି ନେଇଥିବା କୁହାଯାଇଛି । ଓଏନ୍‌ଜିସି ଦ୍ୱାରା ଘରୋଇ କ୍ଷେତ୍ରରେ ଉତ୍ପାଦିତ ଅଣବିଶୋଧିତ ତୈଳ ଉପରେ ୱିଣ୍ଡ୍‌ଫଲ ଟିକସକୁ ଟନ୍ ପିଛା ୨୧୦୦ରୁ ୧୯୦୦ ଟଙ୍କାକୁ ହ୍ରାସ କରାଯାଇଛି । ଭୂତଳ ଏବଂ ସମୁଦ୍ର ଶଯ୍ୟାରୁ ଉତ୍ତୋଳିତ କ୍ରୁଡ୍‌କୁ ବିଶୋଧନ କରାଯାଇ ପେଟ୍ରୋଲ, ଡିଜେଲ ଓ ଏଟିଏଫ୍ ପ୍ରସ୍ତୁତ କରାଯାଇଥାଏ । ସେହିପରି ଡିଜେଲ ରପ୍ତାନୀ ଉପରେ ଟିକସକୁ ଲିଟର ପିଛା ୬.୫ ଟଙ୍କାରୁ ୫ ଟଙ୍କାକୁ ଏବଂ ଏଏଟିଏଫ୍ ଉପରେ ଲିଟର ପିଛା ୪.୫ ଟଙ୍କାରୁ ୩.୫ ଟଙ୍କାକୁ ହ୍ରାସ କରାଯାଇଛି । ୨୦୨୨ ଜୁଲାଇ ପରଠାରୁ କ୍ରୁଡ୍ ଉପରେ ୱିଣ୍ଡ୍‌ଫଲ ଟିକସକୁ ଦ୍ୱିତୀୟ ଥର ହ୍ରାସ କରାଯାଇଥିବା କୁହାଯାଇଛି । ଚଳିତବର୍ଷ ଜାନୁଆରୀ ୩ରେ ଆନ୍ତର୍ଜାତିକ ତୈଳ ମାର୍କେଟକୁ ସମୀକ୍ଷା କରାଯାଇ ୱିଣ୍ଡ୍‌ଫଲ ଟିକସକୁ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ମାର୍କେଟରେ ତୈଳ ଦର ହ୍ରାସ ଘଟିବାପରେ ସରକାର ଟିକସ ହ୍ରାସ ନିଷ୍ପତ୍ତି ନେଇଛନ୍ତି । ୨୦୨୨ ଜୁଲାଇ ୧ରେ ଭାରତ ସରକାର ପ୍ରଥମ ଥର ପାଇଁ ରପ୍ତାନୀ ଉପରେ ୱିଣ୍ଡ୍‌ଫଲ ଟିକସ ଲାଗୁ କରିଥିଲେ । ଏନର୍ଜି (ଉର୍ଜା) ପ୍ରସ୍ତୁତକାରୀ କମ୍ପାନୀଗୁଡିକର ଲାଭକୁ ଦୃଷ୍ଟିରେ ରଖି ୱିଣ୍ଡଫଲ ଟିକସ ଲାଗୁ କରାଯାଇଥିଲା । ସେତେବେଳେ ପେଟ୍ରୋଲ ଓ ଏଟିଏଫ୍ ଉପରେ ଲିଟର ପିଛା ୬ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୩ ଟଙ୍କା ଟିକସ ଲାଗୁ କରାଯାଇଥିଲା । ଘରୋଇ କ୍ଷେତ୍ରରେ ଉତ୍ପାଦିତ ଅଣବିଶୋଧିତ ତୈଳ ଉପରେ ଟନ୍ ପିଛା ୨୩,୨୫୦ ଟଙ୍କା ଟିକସ ଲାଗୁ ହୋଇଥିଲା । ତେବେ ପ୍ରଥମ ସମୀକ୍ଷା ବୈଠକ ପରେ ପେଟ୍ରୋଲ ଉପରେ ୱିଣ୍‌ଗଡ୍‌ଫଲ ଟିକସକୁ ଉଚ୍ଛେଦ କରାଯାଇଥିଲା । ବିଗତ ଦୁଇ ସପ୍ତାହର ଆନ୍ତର୍ଜାତିକ ତୈଳ ଦରକୁ ସମୀକ୍ଷା କରାଯାଇ ପାକ୍ଷିକଭାବେ ଟିକସ ହାର ଧାର୍ଯ୍ୟ କରାଯାଇଥାଏ । ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ନାୟାରା ଏନର୍ଜି ଘରୋଇ କ୍ଷେତ୍ରରେ କ୍ରୁଡ୍ ଉତ୍ପାଦନ କରିଥାନ୍ତି । ବ୍ୟାରେଲ ପିଛା ୭୫ ଡଲାରରୁ ଅଧିକ ଅର୍ଥ ମିଳୁଥିଲେ, କ୍ରୁଡ୍ ଉପରେ ୱିଣ୍ଡ୍‌ଫଲ ଟିକସ ଲାଗୁ କରାଯିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking