22.1 C
Bhubaneswar
Saturday, January 11, 2025
Homeଓଡିଶାଅଡୁଆରେ ପଡିବେକି ବିଦ୍ୟୁତ ଉପଭୋକ୍ତା?..

ଅଡୁଆରେ ପଡିବେକି ବିଦ୍ୟୁତ ଉପଭୋକ୍ତା?..

ଭୁବନେଶ୍ୱର:  ଆସନ୍ତା ଆର୍ଥକ ବର୍ଷରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ଦୁଃଖଦ ଖବର । ଆସନ୍ତା ବର୍ଷରେ ବିଦ୍ୟୁତ ଶୁଳ୍କ ବଡିବାକୁ ଯାଉଛି । ବିଦ୍ୟୁତ ଶୁଳ୍କକୁ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗରେ ଶୁଣାଣି ଚାଲିଛି । ଗତବର୍ଷ ବିଦ୍ୟୁତ କ୍ଷେତ୍ରରେ ଏକ ବଡ ଧରଣର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆବଶ୍ୟକ କୋଇଲା ଅଭାବରୁ ଝାରସୁଗୁଡାର ସ୍ଥିତି ବେଦାନ୍ତର ବିଦ୍ୟୁତର ୟୁନିଟକୁ ବନ୍ଦ କରାଯାଇଛି । ରାଜ୍ୟରେ ବଳକା ବିଦ୍ୟୁତ ଅଛି ବୋଲି ସରକାର କହୁଥିବାବେଳେ ଏହା କିନ୍ତୁ ଏବେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବତ୍ତ;ମାନ ପରିସ୍ଥିତିରେ ଉଭୟ ଗ୍ରୀଡକୋ ଓ ବେଦାନ୍ତ ପରସ୍ପରକୁ ଦୋଷାରୋପ କରିବାରେ ଲାଗି ପଡ଼ିଛନ୍ତି ।ଆଉ ଏଥିରେ ବଳିପଡୁଛନ୍ତି ସାଧାରଣ ଉପଭୋକ୍ତା । ତେବେ କୋଇଲାର ଅଭାବ ଦର୍ଶାଇ ବେଦାନ୍ତ ତା’ର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବନ୍ଦ କରିବା ସହ ଟ୍ରିବୁନାଲକୁ ଯାଇଛି, ଯାହାଫଳରେ ଗ୍ରୀଡକୋର ଅଡ଼ୁଆ ବଢ଼ିଛି । ଚୁକ୍ତି ଅନୁସାରେ ଗ୍ରୀଡକୋର ଆବଶ୍ୟକତା ସମୟରେ ବେଦାନ୍ତ ଯଦି ବିଦ୍ୟୁତ ଯୋଗାଇ ନ ପାରିବ, ତେବେ ବାହାରୁ ଚଢ଼ା ଦରରେ ବିଦ୍ୟୁତ କ୍ରୟ କରାଯିବ । ତେବେ ଏଥିନେଇ ହେଉଥିବା କ୍ଷତିର ଭରଣା କିଏ କରିବ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking