34.1 C
Bhubaneswar
Thursday, March 20, 2025
Homeଓଡିଶାକଂଗ୍ରେସକୁ ଫେରିବେ କି ଭୂପିନ୍ଦର: ଦେଲେ ଏଭଳି ଇସାରା

କଂଗ୍ରେସକୁ ଫେରିବେ କି ଭୂପିନ୍ଦର: ଦେଲେ ଏଭଳି ଇସାରା

ଭୁବନେଶ୍ୱର: ଗତକାଲି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରଛନ୍ତି । ପିସିସି ସଭାପତିଙ୍କ ସର୍ବକ୍ଷମା ଆହ୍ୱାନ ପରେ କଂଗ୍ରେସ ରାଜନୀତି ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏପରିକି କଂଗ୍ରେସ ଛାଡ଼ିଥିବା କିଛି ନେତା ଦଳକୁ ଫେରିବା ନେଇ ମଧ୍ୟ ଇସାରା ଦେଇଥିବା କୁହାଯାଉଛି । କଂଗ୍ରେସ ଛାଡ଼ିଥିବା ଭୂପିନ୍ଦର ସିଂ ମଧ୍ୟ ଏପରିକି କିଛି ଇସାରା ଦେଇଛନ୍ତି । ଆପଣ କଂଗ୍ରେସକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଯେ ସମୟକୁ ଅପେକ୍ଷା କର । ସବୁ ଦଳ ସଂଗଠନକୁ ମଜଭୁତ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ ବୋଲି ଶ୍ରୀ ସିଂ କହିଛନ୍ତି । ସୁରେନ୍ଦ୍ର ଭୋଇ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳର ଖରାପ ସମୟରେ ଛାଡ଼ିଯିବା ଠିକ ହେବନି ।

ଅନ୍ୟପକ୍ଷରେ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେବା ପରେ ଶନିବାର ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ଭବନକୁ ଆସିଛନ୍ତି । ପ୍ରଥମେ ଶ୍ରୀ ରାଉତରାୟ କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଥିଲେ । ଶ୍ରୀ ରାଉତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ପରେ ସେ ଘରକୁ ବାହୁଡ଼ିଛନ୍ତି । ଘର ବାହୁଡ଼ା ବେଳେ ସୁରଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଦୀର୍ଘ ୯ ମାସ ପରେ କଂଗ୍ରେସକୁ ଫେରିବାରୁ ସୁରା ରାଉତରାୟ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଏଥିସହ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ସୁର ଧନ୍ୟବାଦ ଜଣାଇଥିଲେ । ଯୁବ କଂଗ୍ରେସକୁ ସୁର ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି । ମୁଁ ଗତ ୯ ମାସ ବହୁତ ଯନ୍ତ୍ରଣାରେ ଥିଲି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବିତ କରିଥିଲେ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି । ମୁଁ ବହୁତ ଖୁସି । ଆଉ କନ୍ଦଳ ରହିବନି । ମିଳିମିଶି ସଂଗଠନ ସହ କାମ କରିବୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking