25.8 C
Bhubaneswar
Saturday, July 27, 2024
Homeଅପରାଧସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

ବଣାଇ: ସ୍ତ୍ରୀ ହନ୍ତା ସ୍ୱାମୀ। କେଉଁଠି ପିଟି ପିଟି ମାରିଲା ତ କେଉଁଠି ହାଣିଲା। ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଘର ପଛ ବାଡ଼ିରେ ପୋତି ଦେଲା ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାବୁନୁଆଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି।

ସେହିପରି ପାରିବାରିକ କଳହ ପୁଣି ନେଇଛି ଜଣେ ମହିଳାଙ୍କ ଜୀବନ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଆଖୁପଦର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ମହିଳା ସେହି ଗାଁର ଗୀତା ମୁଳି । ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ରାଜୁ ମୁଳି ପଡୋଶୀଙ୍କୁ ଏ ସମ୍ପର୍କରେ ଜଣାଇଥିଲା । ଏନେଇ ଖବର ପାଇବା ପରେ ଭଞ୍ଜନଗର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତ ସ୍ୱାମୀ ରାଜୁ ମୁଳିକୁ ଗିରଫ କରିଛି ପୋଲିସ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking