28.1 C
Bhubaneswar
Monday, July 1, 2024
Homeଦେଶ ବିଦେଶଏଚ୍‌ଆଇଭି ସଂକ୍ରିମତ ସ୍ୱାମୀଙ୍କଠାରୁ ସୁରକ୍ଷା ଲୋଡି କୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ଏଚ୍‌ଆଇଭି ସଂକ୍ରିମତ ସ୍ୱାମୀଙ୍କଠାରୁ ସୁରକ୍ଷା ଲୋଡି କୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ଚଣ୍ଡିଗଡ: ସ୍ୱାମୀ ଏଚ୍‌ଆଇଭିରେ ସଂକ୍ରମିତ । ସ୍ୱାମୀ ସଂକ୍ରମିତ ଥିବା ସତ୍ତ୍ୱେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି । ତାଙ୍କୁ ସଂକ୍ରମିତ କରିବା ପାଇଁ ଧମକ ମଧ୍ୟ ଦେଉଛନ୍ତି । ତାଙ୍କ ଚରିତ୍ରକୁ ସନ୍ଦେହ ମଧ୍ୟ କରୁଛନ୍ତି । ତେଣୁ ସେ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ତାଙ୍କୁ ସୁରକ୍ଷା ଦିଆଯାଉ । ଏପରି କିଛି ସଙ୍ଗୀନ ଅଭିଯୋଗରେ ଜଣେ ପତ୍ନୀ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହରିୟାଣାର ପାନିପତରେ ଦେଖିବାକୁ ମିଳିଛି ଏପରି ଘଟଣା । ମହିଳାଜଣକ କରିଥିବା ଆବେଦନରେ ଦର୍ଶାଇଛନ୍ତି, ୨୦୦୯ରେ ତାଙ୍କର ପ୍ରେମ ବିବାହ ହୋଇଥିଲା। ସେ ଅମ୍ବାଲାରେ ପାଠ ପଢୁଥିବା ସମୟରେ ସ୍ଥାନୀୟ ଜଣେ ମୋବାଇଲ୍ ଦୋକାନ ଅପରେଟର ସହିତ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ବିବାହ ମଧ୍ୟ ହୋଇଥିଲା । ବିବାହ ପରେ ସ୍ୱାମୀ ଏକ ଫିଟନେସ୍ ସେଣ୍ଟର ଖୋଲିଥିଲେ ଏବଂ ସେ ନିଜେ ଏକ ଡାକ୍ତରଖାନାରେ କାମ କରିବା ଆରମ୍ଭ କରିଥିଲେ । ୨୦୧୮ରେ ସ୍ୱାମୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଗଲା ।

ପରୀକ୍ଷାରୁ ସେ ଏଚ୍‌ଆଇଭିରେ ସଂକ୍ରମିତ ବୋଲି ଜଣାପଡିଥିଲା । ଏହା ଜଣାପଡିବା ପରେ ସ୍ୱାମୀଙ୍କ ସ୍ୱାଭାବରେ ପରିବର୍ତ୍ତନ ଆସିଥିଲା । ସେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଲେ । ମାଡ ମାରିବା ସହ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଏନେଇ ସେ ସ୍ଥାନୀୟ ପଞ୍ଚାୟତରେ ଅଭିଯୋଗ କିରଥିଲେ । ସ୍ୱାମୀ କ୍ଷମା ମାଗିଥିଲେ । ହେଲେ ପରେ ବାରମ୍ବାର ଏପରି ନିର୍ଯାତନା ଦେଇଚାଲିଥିଲେ । ଦମ୍ପତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଏବେ ସେ ଏହି ଅଭିଯୋଗ ସହ ନିଜର ସୁରକ୍ଷା ଲୋଡି କୋର୍ଟରେ ପହଞ୍ଚିଛନ୍ତି । ମହିଳା ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ସହ ଆଦୌ ରହିବାକୁ ଚାହାଁନ୍ତି ନାହିଁ, କିନ୍ତୁ ତାଙ୍କ ପୁଅର ଭବିଷ୍ୟତ ପାଇଁ ସେ ସ୍ୱାମୀଙ୍କ ସହ ଗୋଟିଏ ଘରେ ରହିବାକୁ ରାଜି ହୋଇଛନ୍ତି । ସେହି ସର୍ତ୍ତରେ ସେ ଘରେ ରହିବେ କିନ୍ତୁ ସ୍ୱାମୀଙ୍କ ସହ ନୁହେଁ ବରଂ ଏକ ଅଲଗା କୋଠରୀରେ ରହିବେ । ସ୍ୱାମୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ । କୋର୍ଟ ଏହି ମାମଲାରେ କଣ ରାୟ ଶୁଣାଣଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking