ନୂଆଦିଲ୍ଲୀ: ଲଗାତର ମଦ୍ୟପାନ କରୁଥିବାରୁ ଜଣେ ବ୍ୟକ୍ତିର ପତ୍ନୀ ତାଙ୍କୁ ରୋକୁଥିଲେ । ଏଥିରେ ଅତିଷ୍ଠ ହୋଇ ଉକ୍ତ ବ୍ୟକ୍ତି ନିଜ ପତ୍ନୀ ଉପରେ ଏସିଡ୍ ଫୋପାଡ଼ି ଦେଇଛନ୍ତି । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଏହିଭଳି ଏକ ଅଭାବାନୀୟ ଘଟଣା ବିହାରର ବକ୍ସର୍ ଜିଲ୍ଲା ଠାରେ ଘଟିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ସୂଚନା ଅନୁଯାୟୀ, ଜଗ ନାରାୟଣ ନାମକ ଜଣେ ବ୍ୟକ୍ତି ଖୁବ୍ ମଦ ପିଉଥିଲେ । ଏହାକୁ ନେଇ ପତ୍ନୀ ସବିତା ସହିତ ସବୁବେଳେ ଝଗଡ଼ା ହେଉଥିଲା । ସବିତାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ମଦ ପିଉଥିବାରୁ ସେ ଅତିଷ୍ଠ ହୋଇ ବାପ ଘରକୁ ଚାଲିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ସ୍ୱାମୀ ତାଙ୍କ ଉପରେ ଏସିଡ୍ ଫୋପାଡ଼ି ଦେଇଥିଲେ । ଯାହାଫଳରେ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କ ବାପ ଘର ଲୋକ ଗୁରୁତର ଅବସ୍ଥାରେ ମେଡିକାଲକୁ ନେଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।