30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବାରୁ ଛାତ୍ରୀ କ’ଣ କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବାରୁ ଛାତ୍ରୀ କ’ଣ କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା କାରଣରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ ୱାର୍ଡେନ୍ ଧର୍ମ ପରିବର୍ତ୍ତନ ପାଇଁ ନିର୍ଯାତନା ଦେବା କାରଣରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ଲାବଣ୍ୟ ସେଣ୍ଟ ମାଇକେଲ ଗାର୍ଲସ ହଷ୍ଟେଲରେ ରୁହନ୍ତି । ଲାବଣ୍ୟ ନିଜ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରି ଆତ୍ମହତ୍ୟା ପାଇଁ ହଷ୍ଟେଲ ୱାର୍ଡେନଙ୍କୁ ଦାୟୀ କରିଥିଲେ । ତାଞ୍ଜାଭୁର ମେଡିକାଲ କଲେଜ ଓ ହସ୍ପିଟାଲରେ ବୁଧବାର ଛାତ୍ରୀ ଜଣକ ପ୍ରାଣ ହରାଇଥିଲେ । ହଷ୍ଟେଲ ୱାର୍ଡେନ ଜଣକ ଛାତ୍ରୀ ଜଣଙ୍କୁ ବିଭିନ୍ନ ରୁମ୍ ସଫା କରିବା ପାଇଁ ବାଧ୍ୟ କରିଥିଲେ । ଏହା ସହିତ ଟଏଲେଟ ସଫା କରିବା ପାଇଁ ମଧ୍ୟ ବାଧ୍ୟ କରାଯାଉଥିଲା । ଏହା ସହିତ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା । ଏପରି ଘଟଣାରେ ବିଚଳିତ ହୋଇ ଲାବଣ୍ୟ କୀଟନାଶକ ପିଇ ଦେଇଥିଲେ । ୧୦ ତାରିଖରେ କୀଟନାଶକ ପିଇ ଦେଇଥିବା ବେଳେ ତାଙ୍କୁ ତାଞ୍ଜାଭୁର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ନାବାଳିକା ଜଣଙ୍କ ପ୍ରାଣ ହରାଇଥିବା ବେଳେ ପରିବାର ଲୋକ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଲାବଣ୍ୟଙ୍କ ଫୋନରୁ ଭିଡିଓ ମିଳିବା ପରେ ହଷ୍ଟେଲ ୱାର୍ଡେନଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking