26.1 C
Bhubaneswar
Friday, March 29, 2024
Homeଅପରାଧପାରିବାରିକ ବିବାଦ ନେଇ ଥାନାକୁ ଯାଇଥିଲେ ଭଉଣୀ, ହାଣିଦେଲା ଭାଇ

ପାରିବାରିକ ବିବାଦ ନେଇ ଥାନାକୁ ଯାଇଥିଲେ ଭଉଣୀ, ହାଣିଦେଲା ଭାଇ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଭଉଣୀକୁ ହତ୍ୟା କରିଛି କକାପୁଅ ଭାଇ । ପଛପଟୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ପକାଇଛି । କୌଣସି ବିବାଦକୁ ନେଇ ମହିଳା ଜଣଙ୍କ ଭାଇ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଉଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଛି । ତେବେ, ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ମୃତକ ହେଲେ କିସିଣ୍ଡା ଥାନା ଲୋଇସିଂଗ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର(୩୨) । ପୋଲିସ ଶବ ଜବତ କରିଥିବା ବେଳେ ହତ୍ୟାକାରୀ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ସୂଚନା ଅନୁଯାୟୀ, କୁମାରୀଙ୍କ ସହିତ ତାଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସର କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ବୁଧବାର ଏହି ବିବାଦ ଉଗ୍ରରୂପ ନେଇଥିଲା । ଏଥିରେ ନ୍ୟାୟ ଆଶାରେ କୁମାରୀ ଭାଇ ବିରୋଧରେ ଅଭିଯୋଗ କରିବାକୁ କିସିଣ୍ଡା ଥାନା ବାହାରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ କିସିଣ୍ଡା ଥାନାକୁ ଆସୁଥିବା ବେଳେ ଥାନା ଆଗରେ କ୍ଷୀରୋଦ ହଠାତ୍ ପଛପଟୁ ଆସି ଅତିର୍କିତ ଭାବେ ଟାଙ୍ଗିଆରେ ଚୋଟ ପକାଇଥିଲା । ଘଟଣାସ୍ଥଳରେ ହିଁ କୁମାରୀ ତଳେ ଟଳି ପଡ଼ିଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ କ୍ଷୀରୋଦ ଫେରାର୍ ହୋଇଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking