26.1 C
Bhubaneswar
Thursday, September 19, 2024
Homeଓଡିଶାମଉଦା ଅଙ୍ଗନବାଡ଼ି କେନ୍ଦ୍ର ୪ଓ ୫ରେ ବ୍ୟାପକ ଅବ୍ୟବସ୍ଥା; ବର୍ଷାରେ ଭିଜୁଛନ୍ତି ,ଖରାରେ ସିଝୁଛନ୍ତି କୁନି...

ମଉଦା ଅଙ୍ଗନବାଡ଼ି କେନ୍ଦ୍ର ୪ଓ ୫ରେ ବ୍ୟାପକ ଅବ୍ୟବସ୍ଥା; ବର୍ଷାରେ ଭିଜୁଛନ୍ତି ,ଖରାରେ ସିଝୁଛନ୍ତି କୁନି କୁନି ପିଲା

ମାହାଙ୍ଗା : ମାହାଙ୍ଗା ବ୍ଲକରେ ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ଚାଲୁରହିଛି ଯେଉଁଠାରେ ପିଲାମାନେ ଖରାରେ ସିଝୁଛନ୍ତି ତ ବର୍ଷା ହେଲେ ଭିଜୁଛନ୍ତି । ଯାହା ଫଳରେ କୁନି କୁନି ପିଲାମାନଙ୍କ ପାଠପଢା ସହ ରୋଷେଇ କାର୍ଯ୍ୟରେ ମଧ୍ୟ ବ୍ୟାଘାତ ହେଉଅଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଉଦା ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ର ୪ ଓ ୫ରେ । ଏହି ଦୁଇଟି କେନ୍ଦ୍ର ମଉଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁଅଛି । ଗତ କାଳବୈଶାଖି ପ୍ରଭାବରେ କୁଆପଥର ମାଡରେ ଆଜବେଷ୍ଟସ ଘରଗୁଡିକ କଣା ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଆଜବେଷ୍ଟସ କଣା ହୋଇଥିବା ହେତୁ ଖରାହେଲେ ସୂର୍ଯ୍ୟକିରଣ ଘର ଭିତରେ ପଡିଥାଏ ଏବଂ ବର୍ଷା ହେଲେ ଘର ଭିତରେ ପାଣି ପଶିଯାଏ । ତେଣୁ କୁନି କୁନି ପିଲାମାନେ ଖରାରେ ସିଝିବା ସହ ବର୍ଷାରେ ମଧ୍ୟ ଭିଜିଥାନ୍ତି । ଏହି ଦୁଇ କେନ୍ଦ୍ରରେ କିସାକୁମାରୀ ରାଉତ ଓ ଗୀତାଞ୍ଜଳି ବାଦୀ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରିଥାନ୍ତି ।

ସେମାନଙ୍କୁ ପଚାରିବାରୁ କୁଆପଥର ମାଡରେ ଆଜବେଷ୍ଟସଗୁଡିକ କଣା ହୋଇଯାଇଥିବାରୁ ପିଲାମାନଙ୍କ ସମସ୍ୟା ହୋଇଛି । ଏ ନେଇ କେନ୍ଦ୍ର ଦାୟିତ୍ୱରେ ଥିବା ସୁପରଭାଇଜର ହାରାମଣି ଦାଶଙ୍କୁ ଜଣାଇଛୁ ବୋଲି କହିଥିଲେ । ସେହିପରି ସୁପରଭାଇଜର ହାରାମଣି ଦାଶଙ୍କୁ ଯୋଗାଯୋଗ କରିବାରୁ ଏ ସଂପର୍କରେ ଅବଗତ ଅଛି ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିବା ସହ ଏହି ଦୁଇ କେନ୍ଦ୍ର ସଠିକ୍ ଭାବେ ଚାଲୁଥିବା କହିଥିଲେ । ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଇଧର ମଲିକଙ୍କୁ ଯୋଗାଯୋଗ କରିବାରୁ କୁଆପଥର ମାଡରେ ଆଜବେଷ୍ଟସଗୁଡିକ କଣା ହୋଇଯାଇଛି । ଯାହା ଫଳରେ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଥିଲେ । ତେଣୁ କୁନି କୁନି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ଅଜବେଷ୍ଟସ ଗୃହକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking