16.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶକ’ଣ ପାଇଁ ହୋଲିରେ ଧଳା ଡ୍ରେସ ପିନ୍ଧାଯାଏ

କ’ଣ ପାଇଁ ହୋଲିରେ ଧଳା ଡ୍ରେସ ପିନ୍ଧାଯାଏ

ନୂଆଦିଲ୍ଲୀ: ହୋଲି ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ହୋଲିରେ ଧଳା ପୋଷାକ ପରିଧାନ କରିବା ଏବେ ପର୍ଯ୍ୟନ୍ତ ଚାଲି ଆସୁଛି । ମହିଳାମାନେ ଧଳା ସୁଟ୍ ସହିତ କଲରଫୁଲ ଓଢଣୀ ପକାନ୍ତି । ପୁଅମାନେ ଧଳା ଟିସାର୍ଟ କିମ୍ବା ଧଳା କୁର୍ତ୍ତା ପିନ୍ଧନ୍ତି । ଧଳା ରଂଗ ଶାନ୍ତିର ପ୍ରତୀକ ବୋଲି ଧରାଯାଏ । ଏହି ଦିନ ଲୋକମାନେ ସବୁ ରାଗରୁଷା ଭୁଲି ଖୁସି ଆବଣ୍‌ଟନ କରନ୍ତି । ଏହି ଭାଇଚାରା ଦର୍ଶାଇବା ପାଇଁ ହୋଲି ଦିନ ଧଳା ଡ୍ରେସ ପିନ୍ଧନ୍ତି ।
ଖରାପ ଉପରେ ଭଲର ବିଜୟର ପର୍ବ ହୋଲି । ଦୁଇ ଦିନ ପର୍ଯ୍ୟନ୍ତ ହୋଲି ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking