27.1 C
Bhubaneswar
Saturday, July 27, 2024
Homeଓଡିଶାସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭୟ କାହିଁକି? : ଦିଲୀପ ମଲ୍ଲିକ

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭୟ କାହିଁକି? : ଦିଲୀପ ମଲ୍ଲିକ

 ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି
 ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି

ଭୁବନେଶ୍ୱର: ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ନିଜର ଆବଶ୍ୟକତା ପୂରଣ ପାଇଁ ଧର୍ମଘଟ ବା ଧାରଣା ଦେଇଥାନ୍ତି । କିନ୍ତୁ ଏବେ ବିନା ମେଘରେ ଗରଜିଲା ଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଏସମା ଲଗାଇ ନାଲିଆଖି ଦେଖାଇଛନ୍ତି । ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ(ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର ତାହା ବୁଝାପଡୁନି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ସ୍ୱାସ୍ଥ୍ୟସେବା ଆଦାୟ କରାଯାଇ ପାରିବନାହିଁ । ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଅତୀତ ଦିନରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସିଛନ୍ତି । ଆଗାମୀ ଦିନରେ କାଳେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କର ଅଧିକାରକୁ ନେଇ ଆନ୍ଦୋଳନ କରିବେ ସେଥିପାଇଁ ରାଜ୍ୟ ସରକାର “ଏସମା” ଲଗାଇ ଥିବା ସ୍ପଷ୍ଟ ଜଣାପଡୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାରଙ୍କୁ ଭୟ ଘାରିଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି । ଏହି ଅଭାବ ଭିତରେ ଦାୟିତ୍ୱ ତୁଲାଉଥିବା କର୍ମଚାରୀଙ୍କ ପ୍ରାପ୍ୟ ପୂରଣ ପାଇଁ ରାଜ୍ୟ ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି । ଯଦି ଗୋଟିଏ କର୍ମଚାରୀ ଉଚିତ ପ୍ରାପ୍ୟ ପାଇବ ତାହାଲେ ସେ ଲୋକଙ୍କୁ ଉଚିତ ସେବା ଯୋଗାଇ ପାରିବ କିନ୍ତୁ ରାଜ୍ୟ ସରକାର ନାଲିଆଖି ଦେଖାଇ ସେବା ଆଦାୟ କରିବା କଥା ଭାବୁଛନ୍ତି ତାହା ତାଙ୍କର ଭ୍ରମ । “ଏସମା” ଲାଗୁ ନିଷ୍ପତିରୁ ସରକାର ନିବୃତ ରହିବା ଉଚିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking