20.1 C
Bhubaneswar
Wednesday, December 25, 2024
Homeଶ୍ରମିକ ଦିବସକାହିଁକି ପାଳନ କରାଯାଏ ବିଶ୍ୱ ଶ୍ରମିକ ଦିବସ

କାହିଁକି ପାଳନ କରାଯାଏ ବିଶ୍ୱ ଶ୍ରମିକ ଦିବସ

ଭୁବନେଶ୍ୱର: ମେ’ ପହିଲାକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା’ନ୍ତି। ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। କାର‌୍ୟ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ।ଆମ ଦେଶରେ ପ୍ରଥମ ଥର ପାଇଁ ୧୯୨୩ରେ ହିନ୍ଦୁସ୍ତାନ କିଷାନ ପାର୍ଟି ମାଡ୍ରାସରେ ଏହି ଦିବସ ପାଳନ କରିଥିଲା। ଏବେ ପ୍ରାୟ ବିଶ୍ୱର ୮୦ରୁ ଅଧିକ ଦେଶ ଏହି ଦିବସ ପାଳନ କରୁଛନ୍ତି। ତେବେ ଆପଣ ଜାଣନ୍ତି କି କେବେଠୁ ଓ କାହିଁକି ଏହି ଦିବସ ପାଳନ ହେଉଛି?୧୮୮୬ ରେ ଆମେରିକାର ଚିକାଗୋରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଆରମ୍ଭ ହୋଇଥିଲା। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସମୟସୀମା ନଥିଲା। ସେଥିପାଇଁ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଦାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ।୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସ୍ରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ଦିବସ ପାଳନ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking