ହୋଲି ବା ରାଙ୍ଗ ପଞ୍ଚମୀ । ଏହି ଉତ୍ସବ ଫାଲଗୁନ ମାସର ପୁର୍ଣ୍ଣମାକୁ ମନାଯାଇଥାଏ । ହୋଲି ଆମ ସମସ୍ତଙ୍କର ପିୟ ପର୍ବ । ଆମେ ସମସ୍ତେ ହୋଲି ମନାଇଥାଉ । କିନ୍ତୁ ବହୁ କମ ଲୋକ ଜାଣନ୍ତି ଆମେ ହୋଲି କ’ଣ ପାଇ ମନାଇଥାଉ । ହୋଲିକା ଠାରୁ ଏହି ଉତ୍ସବର ନାମ ହୋଲି ରଖାଯାଇଛି ।
ପୁରାଣରେ ବର୍ଣ୍ଣିତ ଅଛି ହିରଣ୍ୟକଶ୍ୟପ ଜଣେ ଦୈତ୍ୟ ରାଜା ଥିଲ । ବହ୍ମାଙ୍କ ଠାରୁ ତାକୁ ବରଦାନ ମିଳିଥିଲା ଯେ, ତାକୁ କେହି ଦିନ କିମ୍ବା ରାତି , ଘରେ କିମ୍ବା ବାହାରେ ,ପୁରୁଷ କିମ୍ବା ସ୍ତ୍ରୀ ମାରି ପାରିବେ ନାହିଁ । ତେଣୁ ସେ ନିଜକୁ ଅମର ମନେକରି ପୃଥିବୀ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲା ଓ ଭଗବାନଙ୍କୁ ଛାଡି ତାକୁ ପୂଜା କରିବା ପାଇଁ ସେ ସମସ୍ତଙ୍କୁ କହୁଥିଲା । ଏପରି କିଛି ସମୟ ଗଲା ପରେ ହିରଣ୍ୟ କଶ୍ୟପର ଏକ ପୁତ୍ର ଜନ୍ମ ହେଲା । ଯାହାଙ୍କ ନାମ ପ୍ରହ୍ଲାଦ । ସେ ବାଲ୍ୟକାଳରୁ ହିଁ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ । ଏହି କଥାର ହିରଣ୍ୟକଶ୍ୟପ ଅତ୍ୟନ୍ତ କ୍ରୋଧିତ ଥଲେ । ଏପରିକି ସେ ତାଙ୍କ ପୁତ୍ରଙ୍କୁ ଏହି କାରଣ ପାଇଁ ମାରିବାକୁ ଉଦ୍ୟମ କରୁଥିଲେ ଓ ବିଭିନ୍ନ ନୀତି ଆପଣେଇଥିଲେ ।
ସେ ନିଜ ପୁତ୍ରକୁ ବିଷଧର ସର୍ପ ମାନଙ୍କ ମଧ୍ୟରେ ବି ଛାଡି ଦେଇଥିଲେ । କିନ୍ତୁ ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କର କୌଣସି କ୍ଷତି ହୋଇନଥିଲା । ଏହପରେ ହିରଣ୍ୟକଶ୍ୟପ ନିଜ ପୁତ୍ରକୁ ଜୀବନରୁ ମାରିଦେବା ପାଇଁ ନିଜ ରାକ୍ଷସୀ ଭଉଣୀ ହୋଲିିକାକୁ ସ୍ମରଣ କରିଥିଲା । ପ୍ରହ୍ଲାଦକୁ ନେଇ ନିଆଁରେ ବସିଯିବାକୁ ହୋଲିକାକୁ ନିର୍ଦ୍ଦେଶ ଦେଇଥିଲା । ହୋଲିକା ଏକ ଚାଦର ଘୋଡେଇ ହୋଇ ପ୍ରହ୍ଲାଦକୁ ଧରି ନିଆଁରେ ବସିଯାଇଥିଲା । କିନ୍ତୁ ବିଷ୍ଣୁଙ୍କ କୃପାରୁ ସେହି ଚାଦର ପ୍ରହ୍ଲାଦଙ୍କ ଉପରେ ଘୋଡ଼େଇ ହୋଇଯାଇଥିଲା ଓ ହୋଲିକା ପୋଡି ହୋଇ ଭସ୍ମ ହୋଇଯାଇଥିଲା । ପ୍ରହ୍ଲାଦଙ୍କୁ କିଛି ହୋଇନଥିଲା । ଏହାପରେ ବିଷ୍ଣୁ ଭଗବାନ ପ୍ରକଟ ହୋଇ ସଂନ୍ଧ୍ୟା ଥିବା ସମୟରେ ହିରଣ୍ୟକଶ୍ୟପର ଅନ୍ତ କରିଥିଲେ ।
ଏହାପର ଠାରୁ ପ୍ରତିବର୍ଷ ଲୋକେ ହୋଲିକା ଦହନ କରି ହୋଲି ମନାଇଥାନ୍ତି । ଶ୍ରୀକୃଷ୍ଣ ଭଗବାନ ମଧ୍ୟ ଦ୍ୱାପର ଯୁଗରେ ଫୁଲ ଓ ଫଗୁରେ ହୋଲି ଖେଳିବାର କଥା ବଣ୍ଣୀତ ଅଛି । ତେଣୁ ଏହି ଦିନ ରଙ୍ଗ ବେରଙ୍ଗ ଫଗୁରେ ହୋଲି ଖେଳାଯାଇଥାଏ ।
ତେବେ ଚଳିତ ବର୍ଷ ମଧ୍ୟ ହୋଲିକୁ ଧୁମଧାମରେ ପାଳନ କରିବାକୁ ଅନାଇ ବସିଛନ୍ତି ଦେଶ ଓ ରାଜ୍ୟ ବାସୀ । ତେବେ ବୃଦ୍ଧି ପାଉଥିବା କୋରନା ସଂକ୍ରମଣ ଯୋଗୁଁ ଏହି ପର୍ବ ପାଳନକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଗତ ୩ ସପ୍ତାହରେ ଦେଶର ସଂକ୍ରମଣ ସଂଖ୍ୟା ୬ ହଜାରରୁ ବଢି ୩୯ ହଜାର ପହଞ୍ଚି ଗଲାଣି । ତେଣୁ ହୋଲି ସମୟରେ କଟକଣା ଲଗାଇବାକୁ ମଧ୍ୟ ଡାକ୍ତର ମାନେ ପରାମର୍ଶ ଦେବା ଆରମ୍ଭ କଲେଣି ।