କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବେ । ବିଜେପି ସପକ୍ଷରେ ଏକ ଲହର ଥିବା ସେ ଦାବି କରିଛନ୍ତି । ଦିଲୀପ ଘୋଷ କହିଛନ୍ତି ଯେ , ବିଜେପି ଜିତିବା ଲହର କେବଳ ନବ ନିର୍ବାଚିତ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ ତାହା ଜରୁରୀ ନାହିଁ । ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଦଳ ସପକ୍ଷରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ଲହର ରହିବ ବୋଲି ମେଦିନିନପୁରର ସାଂସଦ ଘୋଷ ଦାବି କରିଛନ୍ତି । ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ମତଦାନ ପରେ କେବଳ ବିଜେପି ଏହାର ବିଜୟ ଉପରେ ବିଶ୍ୱାସ ରଖିଥିବାବେଳେ ତୃଣମୁଳ କଂଗ୍ରେସ ଏବଂ ଏହାର ନେତାମାନେ ନିରାଶ ହୋଇଛନ୍ତି । ନିର୍ବାଚନ ଅଗ୍ରଗତି କଲାବେଳେ ବିଜେପି ସପକ୍ଷରେ ପରିବେଶ ଅଧିକ ଶକ୍ତିଶାଳୀ ହେବ ଏବଂ ତୃଣମୁଳ କଂଗ୍ରେସ କର୍ମୀମାନେ ପରାଜୟ ଅନୁଭବ କରିବେ ବୋଲି ସେ କହିଛନ୍ତି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ସମେତ ବିଜେପି ଲୋକସଭାର ତିନିଜଣ ସଦସ୍ୟ ଏବଂ ଜଣେ ରାଜ୍ୟସଭା ସଦସ୍ୟ ସ୍ୱପ୍ନ ଦାସଗୁପ୍ତଙ୍କୁ ପାର୍ଥୀ କରିଛ, କିନ୍ତୁ ଘୋଷ ଏଥିରେ ଅନ୍ତର୍ଭୁକ୍ତ ନୁହଁନ୍ତି । ଯଦି ଦଳ ଜିତେ ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷ ଅନ୍ୟତମ । ନିର୍ବାଚନରେ ବିଜେପି ଜିତିବା ଘଟଣାରେ ନୂତନ ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ଦଳ ଦ୍ୱାରା ନିଷ୍ପତ୍ତି ନିଆଯିବ କିନ୍ତୁ ନୂତନ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କେବଳ ଜଣେ ମୁଖ୍ୟମନ୍ତ୍ରୀ ହେବେ ତାହା ଜରୁରୀ ନାହିଁ । ଯେତେବେଳେ ମମତାଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଜଣେ ବିଧାୟକ ନଥିଲେ ।
ପ୍ରଥମ ପର୍ଯ୍ୟାୟରେ ୩୦ ଟି ସିଟ୍ ମଧ୍ୟରୁ ୨୬ ଟି ଜିତିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବି ସମ୍ପର୍କରେ ଘୋଷ କହିଛନ୍ତି ଯେ, ରାଜ୍ୟବାସୀ ଆଉ ମୁକ୍ତ ଭାବରେ ଭୋଟ୍ ଦେବାକୁ ଭୟ କରନ୍ତି ନାହିଁ । ସେ କହିଛନ୍ତି ଯେ, ବିଜେପି ସପକ୍ଷରେ ଏକ ପ୍ରବଳ ଲହର ରହିଛି ଏବଂ ଏହା ନିର୍ବାଚନ ଫଳାଫଳରେ ମଧ୍ୟ ପ୍ରତିଫଳିତ ହେବ । ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ କୋଲକାତା ଏବଂ ଏହାର ଆଖପାଖ ଜିଲ୍ଲାରେ ବିଜେପିର ସ୍ଥିତି ଦୁର୍ବଳ ଏବଂ ଦଳ ଏହି କ୍ଷେତ୍ରରେ ବହୁତ କାମ କରିଛି ଏବଂ ଏହାର ପ୍ରଭାବ ବର୍ତ୍ତମାନ ନିର୍ବାଚନରେ ଦେଖାଯିବ । ନିକଟରେ ଘୋଷଙ୍କ ବିବୃତ୍ତି ଉପରେ ଏକ ବିବାଦ ଉପୁଜିଥିଲା ଯେଉଁଥିରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଡରେ ଆଘାତ ଦେଖାଇବା ପାଇଁ ସାରି ବଦଳରେ ବରମୁଣ୍ଡା (ଅଧା ପ୍ୟାଣ୍ଟ) ପିନ୍ଧିବା ଉଚିତ୍ ।