29.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଟିଏମ୍‌ସି ଜନସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ, ୧ ମୃତ୍ୟୁ, ୫୦ ଆହତ

ଟିଏମ୍‌ସି ଜନସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ, ୧ ମୃତ୍ୟୁ, ୫୦ ଆହତ

କୋଲକାତା: ରାଜନୈତିକ ସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ। ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ। ବୈଠକ ସମୟରେ ବର୍ଷା ସହ ବଜ୍ରାଘାତ ହେବାରୁ ଏହି ଦୁଃଖଦ ଘଟଣା ଘଟିଛି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ଶାସକ ଦଳ ଟିଏମ୍‌ସିର ସର୍ବସାଧାରଣ ବୈଠକ ଆୟୋଜିତ ହୋଇଥିଲା । ଟିଏମ୍‌ସି ଯୁବ ନେତା ଦେବାଂଶୁ ଭଟ୍ଟାଚାର୍ଯ୍ୟ ଲୋକଙ୍କୁ ସମ୍ବୋଧନ କରିଥା’ନ୍ତେ। ଏଥିପାଇଁ ଲୋକେ ସଭାରେ ଏକତ୍ରିତ ହୋଇଥିଲେ। ହେଲେ ଏତିକି ବେଳେ ବର୍ଷା ହୋଇଥିଲା। ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଗଛମୂଳରେ ଛିଡ଼ା ହୋଇଥିଲେ। ହେଲେ ଏହି ସମୟରେ ହଠାତ୍ ଭୟଙ୍କର ବ୍ରଜାଘାତ ହୋଇଥିଲା। ଏଥିରେ ୫୦ ଜଣ ଆହତ ହୋଇପଡ଼ିଥିଲେ। ଘଟଣା ସ୍ଥଳରେ ୩୬ ବର୍ଷୀୟ ଯୁବକ ସାମେଦ ମଲ୍ଲିକଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତରେ ଆହତମାନଙ୍କୁ ବର୍ଦୱାନ ମେଡିକାଲ କଲେଜ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତ ପରିବାରଙ୍କୁ ଭେଟିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତମାନଙ୍କ ସହ ଟିଏମ୍‌ସି ରହିଛି। ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ଦଳ ବହନ କରିବା ସହ ମୃତଙ୍କ ପରିବାରକୁ ମଧ୍ୟ ଟିଏମ୍‌ସି ସହାୟକ ରାଶି ଦେବ ବୋଲି ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking