29.1 C
Bhubaneswar
Monday, June 24, 2024
Homeଓଡିଶାମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମୃତ

ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମୃତ

କୋଲାବନଗର : କୋରାପୁଟ ଜିଲା କୋଲାବ ଡ୍ୟାମ୍ ନିକଟ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। ମୃତକମାନେ ହେଲେ କୋରାପୁଟ ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ ସଲମନଗୁଡ଼ା ଗାଁର ପୂର୍ଣ୍ଣିମା ବଡ଼ନାଏକ, ସୋନୁମତି ଜାନୀ ଓ ଚମ୍ପା ବଡ଼ନାଏକ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃ​‌ଷ୍ଟି ହୋଇଛି। ‌ ସଲମନଗୁଡ଼ା ଗାଁର କିଛି ନାବାଳିକା ଓ ମହିଳା ଦୁଇଟି ଟ୍ରକ୍‌ରେ ମୋର୍‌ମ ନେବା ପାଇଁ ଉକ୍ତ ପାହାଡ଼କୁ ଯାଇଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ୪୦ରୁ ୫୦ ଫୁଟ୍‌ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସିଥିଲା। ପୂର୍ଣ୍ଣିମା, ସୋନୁମତି ଓ ଚମ୍ପା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ପୂର୍ଣ୍ଣିମା ଓ ସୋନୁମତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସଙ୍ଗେ ସଙ୍ଗେ କୋରାପୁଟରୁ ଓଡ୍ରାଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥି​‌ଲେ। ଏନେଇ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବି କରିଥିଲେ। ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା। ‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking