29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶକେତେ ଦିନ କାର୍ଯ୍ୟ କରିଛନ୍ତି କେଉଁ ପ୍ରଧାନମନ୍ତ୍ରୀ? ଆସନ୍ତୁ ଜାଣିବା

କେତେ ଦିନ କାର୍ଯ୍ୟ କରିଛନ୍ତି କେଉଁ ପ୍ରଧାନମନ୍ତ୍ରୀ? ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ଐତିହାସିକ ଭାରତ ବର୍ଷ। ସେବେଠାରୁ ଦେଶର ଶାସନଭାର ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ ରହିଛି। ଭାରତୀୟ ସମ୍ବିଧାନ ଅନୁସାରେ ଦେଶର ପ୍ରକୃତ ଶାସନଭାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଦେଶ ସ୍ୱାଧୀନ ହେବା ପର ଠାରୁ ୧୪ ଜଣ ପ୍ରଧାନମନ୍ତ୍ରୀ ଦେଶର ଶାସନଗାଦି ସମ୍ଭାଳିଛନ୍ତି। ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର କୁହାଯାଉଥିବା ଭାରତ ବର୍ଷରେ ଶାସନ ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଅର୍ଥାତ ଭାରତରେ ପ୍ରଧାନମନ୍ତ୍ରୀୟ ସରକାର ଦ୍ୱାରା ଶାସନ ବ୍ୟବସ୍ଥା ପରିଚାଳିତ ହୋଇଥାଏ।

ବର୍ତ୍ତମାନ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ପଦ ଭାର ସମ୍ଭାଳୁଛନ୍ତି ନରେନ୍ଦ୍ର ମୋଦି। ପ୍ରଧାମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ୨୦୧୯, ମେ ୩୦ ତାରିଖରୁ ଆରମ୍ଭ ହୋଇଛି। ଅନ୍ୟପଟେ ପ୍ରଧାମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳ ୨୦୧୬ ମେ ୨୬ ତାରିଖରୁ ୨୦୧୯ ମେ ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦେଶର କେଉଁ ପ୍ରଧାନମନ୍ତ୍ରୀ କେତେ ଦିନ ଶାସନ ଭାର ସମ୍ଭାଳିଛନ୍ତି।

ଭାରତ ବର୍ଷ ସ୍ୱାଧୀନ ହେବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ଦୀର୍ଘ ସମୟ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ରେକର୍ଡ ପଣ୍ଡିତ ନେହେରୁଙ୍କ ନାମରେ ରହିଛି। ପ୍ରାୟ ୧୬ ବର୍ଷ ୨୮୬ ଦିନ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି  ପଣ୍ଡିତ ନେହେରୁ।

ପ୍ରଧାନମନ୍ତ୍ରୀ ଭାବରେ ସ୍ୱଳ୍ପ ସମୟ ଧରି କାର୍ଯ୍ୟ କରିବାର ରେକର୍ଡ ଗୁଲଜାରୀ ଲାଲ ନନ୍ଦାଙ୍କ ନାମରେ ରହିଛି। ଯିଏ ୧୯୬୪ ଏବଂ ୧୯୬୬ ମସିହରେ ଦୁଇ ଦୁଇ ଥର କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଗୁଲଜାରୀ ଲାଲ ନନ୍ଦା ସର୍ବମୋଟ ୧୩ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପର୍କରେ ଜାଣନ୍ତୁ 

  • ଲାଲ ବାହାଦୂର ଶାସ୍ତ୍ରୀ – (୯ ଜୁନ୍ ୧୯୬୪-୧୧ ଜାନୁଆରୀ ୧୯୬୬)- ୧ ବର୍ଷ ୨୧୬ ଦିନ
  • ଇନ୍ଦିରା ଗାନ୍ଧୀ (ପ୍ରଥମ ପାଳି କାର୍ଯ୍ୟକାଳ)-(୨୪ ଜାନୁଆରୀ ୧୯୬୬-୨୪ ମାର୍ଚ୍ଚ ୧୯୭୭)- ୧୧ ବର୍ଷ ୫୯ ଦିନ
  • ମୋରାରଜୀ ଦେଶାଇ- (୨୪ ମାର୍ଚ୍ଚ ୧୯୭୭-୨୮ ଜୁଲାଇ ୧୯୭୯)- ୨ ବର୍ଷ ୧୨୬ ଦିନ
  • ଚରଣ ସିଂହ- (୨୮ ଜୁଲାଇ ୧୯୭୯-୧୪ ଜାନୁଆରୀ ୧୯୮୦)-୧୭୦ ଦିନ
  • ଇନ୍ଦିରା ଗାନ୍ଧୀ (ଦ୍ୱିତୀୟ ପାଳି କାର୍ଯ୍ୟକାଳ) – (୧୪ ଜାନୁଆରୀ ୧୯୮୦- ୩୧ ଅକ୍ଟୋବର ୧୯୮୪)- ୪ ବର୍ଷ ୨୯୧ ଦିନ
  • ରାଜୀବ ଗାନ୍ଧୀ- (୩୧ ଅକ୍ଟୋବର ୧୯୮୪- ୨ ଡିସେମ୍ବର ୧୯୮୯)-୫ ବର୍ଷ ୩୨ ଦିନ
  • ବିଶ୍ୱନାଥ ପ୍ରତାପ ସିଂହ- (୨ ଡିସେମ୍ବର ୧୯୮୯- ୧୦ ନଭେମ୍ବର ୧୯୯୦)- ୩୪୩ ଦିନ
  • ଚନ୍ଦ୍ରଶେଖର- (୧୦ ନଭେମ୍ବର ୧୯୯୦-୨୧ ଜୁନ୍ ୧୯୯୧)-୨୨୩ ଦିନ
  • ପିଭି ନରସୀମାହା ରାଓ-(୨୧ ଜୁନ୍ ୧୯୯୧- ୧୬ ମେ ୧୯୯୬)- ୪ ବର୍ଷ ୩୩୦ ଦିନ
  • ଅଟଳ ବିହାରୀ ବାଜପେୟୀ (ପ୍ରଥମ ପାଳି କାର୍ଯ୍ୟକାଳ-୧୬ ମେ ୧୯୯୬- ୧ ଜୁନ୍ ୧୯୯୬)- ୧୩ ଦିନ
  • ଏଚ.ଡ଼ି ଦେବେଗୌଡ଼ା-(୧ ଜୁନ୍ ୧୯୯୬-୨୧ ଅପ୍ରେଲ ୧୯୯୭)-୩୨୪ ଦିନ
  • ଇନ୍ଦ କୁମାର ଗୁଜୁରାଲ-(୨୧ ଅପ୍ରେଲ ୧୯୯୭-୧୯ ମାର୍ଚ୍ଚ ୧୯୯୮)- ୩୩୨ ଦିନ
  • ଅଟଳ ବିହାରୀ ବାଜପେୟୀ-(୧୯ ମାର୍ଚ୍ଚ ୧୯୯୮- ୨୨ ମେ ୨୦୦୪)- ୬ ବର୍ଷ ୬୪ ଦିନ
  • ମନମୋହନ ସିଂହ- (୨୨ ମେ ୨୦୦୪-୨୬ ମେ ୨୦୧୪) ୧୦ ବର୍ଷ ୪ ଦିନ
  • ନରେନ୍ଦ୍ର ମୋଦି- ୨୦୧୪ ମେ ୨୬ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ- ୮ ବର୍ଷ ୩୨୭ ଦିନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking