22.1 C
Bhubaneswar
Thursday, January 9, 2025
Homeଓଡିଶାଛିନତାଇ ରୋକିବାକୁ ଜାରି ହେଲା ହ୍ୱାଟସ ଆପ୍ ନମ୍ବର

ଛିନତାଇ ରୋକିବାକୁ ଜାରି ହେଲା ହ୍ୱାଟସ ଆପ୍ ନମ୍ବର

ଭୁବନେଶ୍ୱର: ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କମିିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିଛି । ୭୦୭୭୭୯୮୧୧୧ ହ୍ୱାଟସଆପ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ହ୍ୱାଟସ ଆପ ନମ୍ବରରେ ଅପରାଧୀଙ୍କ ସଂପର୍କରେ ତଥ୍ୟ ଦେଇ ହେବ । ହ୍ୱାଟସ ଆପ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣି ହେବ । ଅନେକ ସମୟରେ ରାଜଧାନୀରେ ଲୁଟପାତ୍ ନେଇ ଖବର ସାମ୍ନାକୁ ଆସୁଛି । ଦୁବୃତ୍ତମାନେ ଗାଡିରେ ଆସି ଲୁଟ କରିବା ସହ ଆକ୍ରମଣ କରି ଫେରାର ହୋଇ ଯାଉଛନ୍ତି । ଯାହା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି । ମହିଳାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ ଲୁଟ ହେଉଥିବା  ଅଭିଯୋଗ ସାମ୍ନାକୁ ଆସିଛି । କେହି ଯଦି ହଇରାଣ କରନ୍ତି, ତେବେ ଏହି ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଅଭିଯୋଗ କରିହେବ । ହ୍ୱାଟ୍ସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଜଣାଇପାରିବେ । ପୂର୍ବରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଥିଲା । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking