22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶରାଜ୍ୟପାଳ ୩ ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ କରୁଥିଲେ?: ସୁପ୍ରିମକୋର୍ଟ

ରାଜ୍ୟପାଳ ୩ ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ କରୁଥିଲେ?: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଘଟଣାରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ପଚାରିଛନ୍ତି କି ରାଜ୍ୟପାଳ ୩ ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ । ପୂର୍ବରୁ ପଞ୍ଜାବ ଏବଂ କେରଳର ସମାନ ପ୍ରକାର ମାମଲାରେ କୋର୍ଟ ଚିନ୍ତା ପ୍ରକଟ କରିଥିଲେ । ତାମିଲନାଡୁ ରାଜ୍ୟପାଳ ଏକା ସାଙ୍ଗରେ ୧୦ ବିଲ ଫେରାଇ ଦେବା ପରେ ସୁପ୍ରିକୋର୍ଟଙ୍କ ଏହି ଟିପ୍ପଣୀ ଆସିଛି । ଏହା ସହିତ କୋର୍ଟ କହିଛନ୍ତି ଯେ, ”ରାଜ୍ୟ ସରକାର ଡାକିଥିବା ସ୍ୱତନ୍ତ୍ର ବିଧାନସଭା ଅଧିବେଶନରେ ଏହି ବିଲ୍ ଗୁଡିକୁ ପୁନର୍ବାର ପାରିତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ରାଜ୍ୟପାଳ ଏହି ମାମଲାରେ କ’ଣ କରୁଛନ୍ତି ।”

ତେବେ ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧ ରେ ହେବ । ରାଜ୍ୟପାଳ ୧୦ ବିଲ ଫେରାଇ ଦେବା ପରେ ରାଜ୍ୟ ସରକାର ଡାକିଥିବା ସ୍ୱତନ୍ତ୍ର ବିଧାନସଭା ଅଧିବେଶନରେ ଏହି ବିଲ୍ ଗୁଡିକୁ ପୁନର୍ବାର ଗ୍ରହଣ କରାଯାଇଛି । ସେହିପରି କେରଳ ରାଜ୍ୟ ସରକାର ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ବିଲ କୁ ମଞ୍ଜୁରୀ ନଦେବା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନୋଟିସ କରିଛନ୍ତି । ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲଙ୍କୁ ଆସନ୍ତା ଶୁଣାଣି ସମୟରେ ତଥ୍ୟ ସହିତ ଉପସ୍ଥିତ ରହିବାକୁ କହିଛନ୍ତି । ପିଟିସନ ଅନୁଯାୟୀ ରାଜ୍ୟପାଳ ମାତ୍ର ୩ ଟି ବିଲ ଉପରେ ହସ୍ତାକ୍ଷର କରିଥିବା ବେଳେ ୭ରୁ ୨୩ ମାସ ହେବ ବିଧାନସଭା ଦ୍ୱାରା ପାରିତ ୮ ବିଲ ଏବେ ମଧ୍ୟ ପଡି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking