29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଫିଲ୍ମର ସୁଟିଂ ପରେ କଣ କରାଯାଏ ହିରୋ-ହିରୋଇନଙ୍କ କପଡା

ଫିଲ୍ମର ସୁଟିଂ ପରେ କଣ କରାଯାଏ ହିରୋ-ହିରୋଇନଙ୍କ କପଡା

ନୂଆଦିଲ୍ଲୀ:ଆଜିକାଲି ଫିଲ୍ମ ଗୁଡିକ ୧୦୦ କୋଟି ନୁହେଁ ୧୦୦୦ କୋଟି ବ୍ୟବସାୟ କରୁଛି। ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣର ମଧ୍ୟ ନିର୍ମାତାମାନେ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି । ଫିଲ୍ମରେ ଗ୍ରାଣ୍ଡ ସେଟ୍ ସହ ହିରୋ ଓ ହିରୋଇନଙ୍କ ପୋଷାକରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଚଳଚ୍ଚିତ୍ରଟି ଏକ ବଡ ବଜେଟର ଅଟେ, ତେବେ ପୋଷାକ ତିଆରି କରିବାରେ ୪୦୦ ରୁ ୫୦୦ କୋଟି ମଧ୍ୟ ଖର୍ଚ୍ଚ ହୋଇଥାଏ।

ଚଳଚ୍ଚିତ୍ରରେ ଚାରଚାନ୍ଦ ଲଗାଇବା ପାଇଁ ନିର୍ମାତାମାନେ କଳାକରଙ୍କ ପୋଷାକରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମର ସୁଟିଂ ପରେ ଏହି ମହଙ୍ଗା ପୋଷାକ ଗୁଡିକ କଣ ହୋଇଥାଏ । ସେନେଇ ଆମେ ଆଜି ଚର୍ଚ୍ଚା କରିବା । ତେବେ ଆସନ୍ତୁ ଜାଣିବା ।…

କେତେକ ଚଳଚ୍ଚିତ୍ର ଆଜିବି ଦର୍ଶକଙ୍କ ସ୍ମତିପଟରେ ସ୍ମରଣୀୟ ହୋଇ ରହିଛି।  ଏହି ଚଳଚ୍ଚିତ୍ରଗୁଡ଼ିକର ଚରିତ୍ର ସହିତ ସେମାନଙ୍କର ପୋଷାକ ମଧ୍ୟ ପ୍ରସିଦ୍ଧି ଲାଭ କରିଥାଏ । ଏଭଳି ପରିସ୍ଥିତିରେ ଏହି ପୋଷାକ ନିଲାମ କରାଯାଏ ଏବଂ ଲୋକମାନେ ଏହାକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଆପଣ ନିଶ୍ଚିତ ଭାବରେ ମନେ ରଖିବେ ଯେ ଫିଲ୍ମ ‘ଦେବଦାସ’ରେ ମାଧୁରୀ ଦୀକ୍ଷିତଙ୍କ ସବୁଜ ଲେହେଙ୍ଗା, ମିଡିଆ ରିପୋର୍ଟ ଅନୁଯାୟୀ,ଏହି ଲେହେଙ୍ଗାକୁ ତିନି କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

ଅନ୍ୟପକ୍ଷରେ, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ମୁଜସେ ସାଦି କରୋଗୀ ‘ । ସେ ଏହି ଫିଲ୍ମରେ ଏକ ଗୀତରେ  ଟାୱେଲ ବ୍ୟବହାର କରିଥିଲେ।  ଯାହା ଏହି ଫିଲ୍ମର ହୁକ୍ ଷ୍ଟେପ୍  ଥିଲା। । ତେବେ, ଫିଲ୍ମ ପରେ ସଲମାନଙ୍କ ଏହି ଟାଓ୍ବେଲ ୧ ଲକ୍ଷ ୪୫ ହଜାର ଟଙ୍କାରେ ବିକ୍ରି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking