27.1 C
Bhubaneswar
Monday, March 17, 2025
Homeଓଡିଶା୨୦୩୬ ସୁଦ୍ଧା ଓଡ଼ିଶାର ବିକାଶ କେଉଁ ସ୍ତରରେ ପହଞ୍ଚିଥିବ ତାହା ଆମର ମୁଖ୍ୟ ପ୍ରାଥମିକତା: ପାଣ୍ଡିଆନ

୨୦୩୬ ସୁଦ୍ଧା ଓଡ଼ିଶାର ବିକାଶ କେଉଁ ସ୍ତରରେ ପହଞ୍ଚିଥିବ ତାହା ଆମର ମୁଖ୍ୟ ପ୍ରାଥମିକତା: ପାଣ୍ଡିଆନ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋକପାତ କରି ପାଣ୍ଡିଆନ କହିଛନ୍ତି, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଭାରତର ସର୍ବୋତ୍ତମ ବିକାଶ ପାଇଁ ୨୦୪୭କୁ ଟାର୍ଗେଟ ରଖାଯାଇଛି । ଭାରତର ସ୍ୱପ୍ନ କଣ ଓ ବିକଶିତ ଭାରତ ପାଇଁ କଣ କରିବା ଆବଶ୍ୟକ, ୨୦୪୭ ସୁଦ୍ଧା କିଭଳି ଏହାକୁ ପୂରା କରାଯାଇପାରିବ ସେଦିଗରେ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି ।

କିନ୍ତୁ ଓଡ଼ିଶାର ଟାର୍ଗେଟ ହେଉଛି ୨୦୩୬ । ଓଡ଼ିଶା ୨୦୪୭ ଯାଏଁ ଅପେକ୍ଷା କରିବନି । ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶ କେଉଁ ସ୍ତରରେ ପହଞ୍ଚିଥିବ ତାହା ଆମର ମୁଖ୍ୟ ପ୍ରାଥମିକତା । ତେବେ ୨୦୩୬ରେ ଓଡ଼ିଶାକୁ ଯେଉଁସ୍ତରରେ ଆମେ ଦେଖିବାକୁ ଚାହୁଁଛେ ତାହାକୁ ୨୦୩୪ ସୁଦ୍ଧା ଶେଷ କରିବା ଆମର ଲକ୍ଷ୍ୟ । ତେଣୁ ଆମର ବିକଶିତ ଓଡ଼ିଶା ପାଇଁ ଆମ ଟାର୍ଗେଟ ହେଉଛି ୨୦୩୪ । ତେଣୁ ହାତରେ ଆଉ ମାତ୍ର ୧୦ ବର୍ଷ ସମୟ ରହିଛି । ଏହି ସମୟସୀମା ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢିତୋଳିବାକୁ ହେବ ।

୨୦୧୯ ପରେ ଓଡ଼ିଶାରେ ଅନେକ ପରିବର୍ତ୍ତନ ଆସିଛି । ୨୦୧୯ରୁ ଓଡ଼ିଶାରେ ରୂପାନ୍ତରଣ ଆରମ୍ଭ ହୋଇଛି । ପ୍ରତିଟି କ୍ଷେତ୍ରରେ ରୂପାନ୍ତରଣ ଦେଖିବାକୁ ମିଳିଲା । ପୁରୀ ପରିକ୍ରମା ପ୍ରକଳ୍ପକୁ ମାତ୍ର ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ କେଉଁଠି ଥିଲୁ ଏବଂ କେଉଁଠି ପହଞ୍ଚିଛୁ ତାହାକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ନୂଆ ଓଡ଼ିଶାର ପରିଭାଷା କଣ ତାହାର ଆକଳନ ଏବେଠୁ କରିବା ଉଚିତ୍ ନୁହେଁ । କାରଣ ସମୟ ସହ ତାଳ ଦେଇ ବଦଳୁଛି ଓଡ଼ିଶା ।

କେଉଁଠି ଆମକୁ ପହଞ୍ଚିବାର ଅଛି ତାହା ଏବେଠୁ ସ୍ଥିର କରିବା କିନ୍ତୁ କେଉଁ ରାସ୍ତାରେ ଯିବା ତାହା ଆଜିଠାରୁ ସ୍ଥିର କରିବା । ଯେଉଁଥିପାଇଁ ନୂଆ ଓଡ଼ିଶାର ପରିକଳ୍ପନା ।ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି ଓଡ଼ିଶାକୁ ଆଗେଇ ନେବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ବର୍ଷ ଗୁଡିକରେ ଯେଉଁ ରାସ୍ତା ଅତିକ୍ରମ କରିଛେ ତାହା ଆସନ୍ତା ୧୦ ବର୍ଷ ପାଇଁ ଆତ୍ମବିଶ୍ୱାସ ବଢାଇବ । ଏହି ଆତ୍ମବିଶ୍ୱାସ ହିଁ ଓଡ଼ିଶାକୁ ଆହୁରି ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ନେବ । ଆସନ୍ତା ୨୦୨୪ରୁ ୨୦୨୯ ଓଡ଼ିଶା ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଉଛି । ଓଡ଼ିଶା ଏବେ ଅନ୍ୟ ରାଜ୍ୟ ସହ ନୁହେଁ ବରଂ ବିଶ୍ୱ ସହ ପ୍ରତିଯୋଗିତା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking