ଭୁବନେଶ୍ୱର: ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପର୍ବ ବଡ଼ ଧୂମଧାମରେ ପାଳନ କରାଯାଇଥାଏ। ଖ୍ରୀଷ୍ଟମାସ ଇସାହୀମାନଙ୍କର ପବିତ୍ର ପର୍ବ ଅଟେ ଏବଂ ଖ୍ରୀଷ୍ଟମାସକୁ ବଡ଼ଦିନ ବୋଲି ମଧ୍ୟ କୁହାଯାଇଥାଏ। ଏଥିପାଇଁ ଏହି ଦିନ ସାରା ଦୁନିଆରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଇଥାଏ। ଘର ଏବଂ ଅନ୍ୟାନ୍ୟ ସାର୍ବଜନିକ ସ୍ଥଳ ସଜା ଯାଇଥାଏ। ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ଖ୍ରୀଷ୍ଟମାସ ଟ୍ରି କୁ ରଙ୍ଗ-ବେରଙ୍ଗୀ ଲାଇଟ, ବେଲ୍ସ ଏବଂ ଗିଫ୍ଟରେ ସଜାଯାଇଥାଏ। ଏହି ପର୍ବକୁ ପାଳନ କରିବା ପାଇଁ ଖ୍ରୀଷ୍ଟମାସ ଟ୍ରି ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ। ଖ୍ରୀଷ୍ଟମାସ ଟ୍ରି ର କାହାଣୀ ପ୍ରଭୁ ଯୀଶୁଙ୍କର ଜନ୍ମ ସହିତ ମଧ୍ୟ ଯୋଡ଼ି ଦେଖାଯାଏ ।
ଯେତେବେଳେ ତାଙ୍କର ଜନ୍ମ ହୋଇଥିଲା, ସେତେବେଳେ ତାଙ୍କର ମାତା-ପିତା ମରିୟମ ଏବଂ ଜୋସେଫଙ୍କୁ ବଧେଇ ଦେବା ପାଇଁ ସଦାବହାର ଫର ବୃକ୍ଷକୁ ତାରକାରେ ଚକମକ୍ କରାଯାଇଥିଲା। ଏପରି ମାନ୍ୟତା ଅଛି କି ସେବେଠାରୁ ସଦାବହାର ଫରକୁ ଖ୍ରୀଷ୍ଟମାସ ଟ୍ରି ରୂପରେ ମାନ୍ୟତା ମିଳିଥିଲା। ସଦାବହାର ଖ୍ରୀଷ୍ଟମାସ ବୃକ୍ଷ ଡଗଲସ, ବାଲସମ କିମ୍ବା ଫରର ଗଛ ଯାହା ଉପରେ ଖ୍ରୀଷ୍ଟମାସ ଦିନ ବହୁତ ସାଜସଜ୍ଜା କରାଯାଇଥାଏ। ଏହି ପ୍ରଥାର ଆରମ୍ଭ ପ୍ରାଚୀନ କାଳରୁ ମିଶର ବାସୀମାନଙ୍କଠାରୁ କିମ୍ବା ହିବୃ ଲୋକମାନଙ୍କଠାରୁ ହୋଇଥିବା ଅନୁମାନ କରାଯାଉଛି । ୟୁରୋପ ବାସୀ ମଧ୍ୟ ସଦାବାହାର ଗଛକୁ ଘରେ ସଜାଇଥାନ୍ତି। ଏହି ଲୋକମାନେ ସଦାବହାର ଗଛର ମାଳ ଏବଂ ପୁଷ୍ପ ହାରକୁ ଜୀବନଙ୍କର ନିରନ୍ତରତାର ପ୍ରତୀକ ମାନିଥାନ୍ତି। ତାଙ୍କର ବିଶ୍ଵାସ ଥିଲା ଯେ, ଏହି ଗଛଗୁଡ଼ିକୁ ଘରେ ସଜାଇଲେ ଘର ଉପରେ ଖରାପ ନଜର ପଡ଼େ ନାହିଁ ଏବଂ ଘରୁ ପ୍ରେତାତ୍ମା ଦୂରକୁ ପଳାଇଥାଏ।