26.1 C
Bhubaneswar
Saturday, April 12, 2025
Homeଅପରାଧପର୍ଫ୍ୟୁମ ବୋମାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା: ଜାଣନ୍ତୁ ଏହା ବିଷୟରେ

ପର୍ଫ୍ୟୁମ ବୋମାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା: ଜାଣନ୍ତୁ ଏହା ବିଷୟରେ

ନୂଆଦିଲ୍ଲୀ: ଗତ ଜାନୁଆରି ୨୧ରେ ଜମ୍ମୁର ନରଓ୍ବାଲରେ ହୋଇଥିବା ବୋମା ବିସ୍ଫୋରଣରେ ସଂପୃକ୍ତ ଲସ୍କର-ଇ-ତୋଇବା ଆତଙ୍କବାଦୀକୁ ଗିରଫ କରିଛି ଜମ୍ମୁ ଓ କଶ୍ମୀର ପୁଲିସ । ଉକ୍ତ ଆତଙ୍କବାଦୀ ଏକ ସରକାରୀ କର୍ମଚାରୀ ହୋଇଥିବାବେଳେ ତା ନିକଟରୁ ଏକ ପର୍ଫ୍ୟୁମ୍ ଆଇଇଡି (ବୋମା) ଜବତ ହୋଇଛି ।  ପ୍ରଥମ ଥର ପାଇଁ ଏପରି ଏକ ଆଇଇଡି ବା ମୋବା ଆତଙ୍କବାଦୀମାନେ ବିକଶିତ କରିଛନ୍ତି ।

ଏକ ପର୍ଫ୍ୟୁମ ବା ଡିଓ ବୋତଲ ଭିତରେ ବିସ୍ଫୋରକ ରଖି ଏହି ବୋମା ପ୍ରସ୍ତୁତ କରାଯାଇଥାଏ । ଜଣେ ଯଦି ପର୍ଫ୍ୟୁମ ଲଗାଇବାକୁ ଡବା ଉପରେ ଥିବା ଠିପିକୁ ଚାପ ଦିଏ ତେବେ ସେଥିରେ ବିସ୍ଫୋରଣ ହୋଇଥାଏ । ଏହା ଏକ ପ୍ରକାରର ନୂଆ ବିସ୍ଫୋରକ ସାମଗ୍ରୀ ହୋଇଥିବାରୁ ପୁଲିସର ଚିନ୍ତା ବଢିଯାଇଛି । କାରଣ ପର୍ଫ୍ୟୁମ ବୋତଲ ପରି ଦେଖାଯାଉଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର । ବିପୁଳ ସଂଖ୍ୟାରେ ଏପରି ପର୍ଫ୍ୟୁମ ଆଇଇଡି ପ୍ରସ୍ତୁତ କରି ଆତଙ୍କବାଦୀମାନେ ସପିଂ ମଲ କିମ୍ବା ଷ୍ଟୋର ମାଧ୍ୟମରେ ସାଧାରଣ ଲୋକଙ୍କ ଘରେ ପହଞ୍ଚିପାରିବେ ।

ଏହି ଆଇଇଡି ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି । ଏଗୁଡ଼ିକ କେତେ ଦୂର ଶକ୍ତିଶାଳୀ ସେ ସଂପର୍କରେ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ବୋଲି ଜମ୍ମୁ ଓ କଶ୍ମୀରର ଜିଡିପି ଦିଲବାଗ୍ ସିଂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking