ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ଉଠିଲା ସଚିବଙ୍କ ଗସ୍ତ ପ୍ରସଙ୍ଗ । ଗୁରୁବାର ସଚିବଙ୍କ ଗସ୍ତକୁ ନେଇ ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ । ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଇ ଆଜି ଗୃହରେ ବର୍ଷିଛନ୍ତି ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କହିବା କଥା ହେଲା, ସେ ହେଲିକପ୍ଟର ହିସାବ ମାଗିନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ୪୦ କୋଟି ଖର୍ଚ୍ଚ ହେଇଛି ବୋଲି କହିଲେ । କିନ୍ତୁ ଟେଣ୍ଟ ଏବଂ ଚେୟାର ପକେଇବା ଖର୍ଚ୍ଚ କେତେ? ସିକ୍ୟୁରିଟି ବାବଦକୁ କେତେ ଖର୍ଚ୍ଚ ହେଇଛି ସେ ନେଇ ମୁଖ୍ୟମନ୍ତ୍ରୀ ହିସାବ ଦିଅନ୍ତୁ ବୋଲି ଗୃହରେ କହିଛନ୍ତି ବିରୋଧୀ ଦଳ ନେତା ।
ତା ସହିତ ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପା ଶୁଦ୍ଧିକ୍ରିୟାରେ ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଇଥିଲା ଏବଂ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ସଚିବ କେମିତି ବ୍ୟବହାର କଲେ ସେନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଜୟ ନାରାୟଣ ।