27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ...

ମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ ପାଇଲଟ ସିଷ୍ଟମ….

ନୂଆଦିଲ୍ଲୀ: କୌଣସି ସ୍ଥାନକୁ ଶୀଘ୍ର ପହଁଚିବାର ମାଧ୍ୟମ ହେଲା ଉଡ଼ାଜାହଜ । ଆପଣବି ନିଶ୍ଚୟ କେବେ ନା କେବେ ବିମାନଯାତ୍ରା କରିଥିବେ । କେବେ ଭାବିଛନ୍ତି କି ବିମାନ ମଝିଆକାଶରେ ଥିବା ବେଳେ ଯଦି ପାଇଲଟ ଶୋଇପଡିବେ କଣ ହେବ ? କିପରି ଚାଲିବ ବିମାନ ?
ବିମାନ ଟେକ୍‌ ଅଫ୍‌ କରିସାରିବା ପରେ ପାଇଲଟ ଯଦି ଚାହିଁବେ ଶୋଇପାରିବେ । ପାଇଲଟ ଅଟୋ ପାଇଲଟ ମୋଡ ଅନକରି ଶୋଇପାରିବେ । ଅଟୋ ପାଇଲଟ ବିମାନକୁ ତାର ଗନ୍ତବ୍ୟସ୍ଥଳରେ ନେଇ ପହଁଚାଇ ଦେବ । ଅବତରଣ ପୂର୍ବରୁ କିନ୍ତୁ ପାଇଲଟଙ୍କୁ ଅଟୋ ପାଇଲଟ ମୋଡ ବନ୍ଦ କରିବାକୁ ହେବ । ଏହାସହ ବିମାନଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ହେବ ।

ପାଗ ଯଦି ଠିକଅଛି ତେବେଯାଇ ଏହି ସୁବିଧାର ଲାଭ ଉଠାଯାଇ ପାରିବ । ଅଟୋ ପାଇଲଟ ମୋଡ ଅନ କରିବା ପରେ ବିମାନରେ ଥିବା କମ୍ପ୍ୟୁଟରି ସିଷ୍ଟମ ବିମାନକୁ ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ ନେଇଯାଇଥାଏ । ଅଟୋ ପାଇଲଟ ଅନ ହେବାପରେ ସେ ଆପେ ଆପେ ସବୁକାମ କରିଥାଏ । ପାଇଲଟଙ୍କୁ କିନ୍ତୁ ବିମାନର ଗତିବିଧି ଉପରେ ନଜର ରଖିବାକୁ ହେବ । ନହେଲେ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ହୁଏତ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ । ବିମାନଟି ଯେତେବେଳେ ନିର୍ଦ୍ଧାରିତ ବିମାନ ବନ୍ଦର ନିକଟତର ହେବ ତେବେ ବିମାନର ଅଟୋ ପାଇଲଟ ବନ୍ଦ କରିବାକୁ ହେବ । ଅଟୋ ପାଇଲଟ ବନ୍ଦ ହେବାପରେ ବିମାନର ପୁରା ନିୟନ୍ତ୍ରଣ ପାଇଲଟଙ୍କ ହାତକୁ ଚାଲି ଆସିଥାଏ । ବିମାନ ବନ୍ଦରରେ ପହଁଚିବା ପରେ ବି ଯଦି ଅଟୋ ପାଇଲଟ ମୋଡ଼କୁ ବନ୍ଦ କରାଯାଇ ନାହିଁ ତେବେ ବିମାନର କକପିଟରେ ଏକ ବଜର ବାଜି ଉଠିବ । ଆଉ ପାଇଲଟକୁ ଜଣାଇଦେବକି ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଁଚି ସାରିଛନ୍ତି । ଫଳରେ ପାଇଲଟ ସତର୍କ ହୋଇଯିବେ ଓ ବିମାନକୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଅବତରଣ କରାଇବେ ।

ଅଟୋ ପାଇଲଟର ସଫଳତା ପାଇଲଟଙ୍କ ଜ୍ଞାନ ଓ ଅନୁଭବ ଉପରେ ନିର୍ଭର କରିଥାଏ । ଯେତେ ଅନୁଭବି ପାଇଲଟ ହୋଇଥିବେ ସେ ସେତେ ଭଳ ଭାବରେ ଅଟୋ ପାଇଲଟକୁ କାର୍ଯ୍ୟକାରୀ କରିପାରିବେ । ଯଦି ପାଇଲଟଙ୍କ ଆଦେଶରେ କିଛି ତୃଟି ରହିଥାଏ ତେବେ ଏହା ଏକ ବଡ଼ ଦୂର୍ଘଟଣାର କାରଣ ସାଜିପାରେ । ଆମେରିକା ବାୟୁସେନାର ପୂର୍ବତନ ପାଇଲଟ ଅର୍ଲ ବେନରଙ୍କ କହିବା କଥା ହେଲା ଅଟୋ ପାଇଲଟ ହେଉଛି ଏକ ପ୍ରକାର ମୁକ କମାଣ୍ଡିଙ୍ଗ ସୈନିକ । ଯଦି ତାକୁ ଭୁଲ ନିର୍ଦ୍ଦେଶ ଦିଆଗଲେ ବି ସେ ପାଳନ କରିବ । ଅର୍ଥାତ ଅଟୋ ପାଇଲଟ ମୋଡ଼ ଆପଣଙ୍କୁ ମୃତ୍ୟୁ ମୁହଁକୁ ବି ନେଇଯିବ । ସେ କହିଛନ୍ତି ଯଦି ଆପଣ ବିମାନ ଚାଳନାରେ ସେତେଟା ଅଭ୍ୟସ୍ତ ନୁହଁନ୍ତି ତାହେଲେ ଅଟୋ ପାଇଲଟ ଅନ କରନ୍ତୁ ନାହିଁ । ନହେଲେ ଆପଣ ବିପଦରେ ପଡ଼ି ପାରନ୍ତି ।

ଏପରି ଏକ ଘଟଣା ଘଟିଥିଲା ଇଥିଓପିଆ ରାଜଧାନୀ ଅଦିସ ଅବାବାରେ । ଇଥିଓପିଅନ ଏୟାରଲାଇନର ଏକ ବିମାନର ପାଇଲଟ ୩୭ ହଜାର ଫୁଟ ଉଚ୍ଚତାରେ ଶୋଇ ପଡିଥିଲେ । ସେ ଏତେ ଗଭୀର ନିଦରେ ଶୋଇ ପଡ଼ିଥିଲେ ଯେ ଏୟାର ଟ୍ରାଫିକ କଣ୍ଟ୍ରୋଲ ପାଖରୁ ମିଳୁଥିବା ସଂକେତକୁ ବି ନଜର ଅନ୍ଦାଜ କରିଥିଲେ । ଏଥିପାଇଁ ବିମାନର ଅବତରଣରେ ୨୫ ମିନିଟର ଡେରି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking