30.1 C
Bhubaneswar
Monday, May 20, 2024
Homeଓଡିଶାମୋଦି-ନବୀନ ଧନୀଙ୍କ ସହ ଅଛନ୍ତି : ମଲ୍ଲିକାର୍ଜୁନ ଖଡ୍‌ଗେ

ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି : ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବକ୍ତବ୍ୟ । ପଣ୍ଡିତ ନେହେରୁଙ୍କ ଦୃଷ୍ଟିର ଓଡିଶା ବିଶେଷ ସ୍ଥାନ ନେଇଥିଲା । ଓଡିଶାରେ କଂଗ୍ରେସର ବହୁତ ବଡ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସଂପର୍କ ଥିଲା । ଏବେର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ଫରକ । ବିଜେପି-ବିଜେଡି ମଧ୍ୟର ଆମେ ବାହାଘର କରିଛୁ । ଉଭୟଙ୍କର ଲଭ୍ ମ୍ୟାରେଜ୍ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍ ଅଚଳ ହୁଏ । ପାରାଦୀପ ବନ୍ଦର, ରାଉଲକଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି । ପଟ୍ଟନୟକ ଓ ମୋଦି ଓଡିଶାକୁ କଣ ଦେଇଛନ୍ତି ପ୍ରଶ୍ନ କଲେ ଖଡ୍‌ଗେ । ଓଡିଶରେ ଯାହା ବି ହୋଇଛି, ସବୁ କଂଗ୍ରେସ ସମୟରେ ହୋଇଛି । ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି । ଧନୀ ଲୋକ ବିଜେପି ସହ, ପଟ୍ଟନାୟକ ସହ ଅଛନ୍ତି । ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡା ହୋଇଛି । ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରେ ବାନ୍ଧୁଛନ୍ତି, ବିଜେପି ଭଙ୍ଗୁଛି । ସିବିଆଇ, ଇଡି ସଗାଇ ହୁକୁମାତି କରୁଛନ୍ତି । ଉପରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞô୍ଚବକି ବୋଲି ପ୍ରଶ୍ନ କଲେ ଖଡ୍‌ଗେ । ଏଥର ଯଦି ମୋଦି ଜିତିବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ ଆପଣମାନଙ୍କ ପାଇଁ ଶେଷ ସୁଯୋଗ ।  ପୁଣି ଥରେ ଗୁଲାମି ରହିବେ କି ନାହିଁ , ଆପଣଙ୍କ ପସନ୍ଦ । ଏ ଲଢେଇ ଧନୀ ଗରୀବଙ୍କ ମଧ୍ୟରେ ଚାଲିଛି । ଆମେ ଗରିବଙ୍କ ସହ ଅଛୁ,ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି । ନବୀନ କହିଥିଲେ ୩୫% ଜଳସେଚନ କରିବେ, ମିଛ କିଏ କହୁଛି । ଆଉ ମଧ୍ୟ କହିଛନ୍ତି ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କଲେ ଖଡ୍‌ଗେ । ଗୋଟିଏ ଅଫିସରକୁ ବସାଇ ଏଠାରେ ସରକାର ଚାଲିଛି । ଏଠାରେ ନତାମାନଙ୍କ କଣ ଜୀବନ ନାହିଁକି ପ୍ରଶ୍ନ କଲେ ଖଡ୍‌ଗେ । ଆପଣଙ୍କ ପାଖରେ ଲୋକ ନାହାଁନ୍ତି ବାହାରୁ ଆଣିବାକୁ ପଡିଲା । ଗୋଟିଏ ଲୋକ ବାହାରୁ ଆସି ପରାମର୍ଶଦାତା ବନିଗଲେ । ଉକ୍ତ ତାମିଲନାଡୁ କ୍ୟାଡର ଆଇଏଏସ ଏବେ ପରାମର୍ଶଦାତା ପାଲଟିଛନ୍ତି । ନୀତୀଶ କୁମାରଙ୍କ ନାଁ ନନେଇ ଟାର୍ଗେଟ କଲେ ଖଡ୍‌ଗେ । କହିଲେ ଜଣେ ବ୍ୟକ୍ତି ଚାଲିଗଲା ପରେ କୁହାଯାଉଛି ମେଣ୍ଟ ଦୁର୍ବଳ ହୋଇଗଲା । ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହେବ ଭାବିବା ଭୁଲ୍ । ଆମେ ଅକଠି ଅଛୁ, ମିଶିକି ମୋଦି-ନବୀନଙ୍କୁ ହରାଇବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking