ରାଜସ୍ତାନ : ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଚଳିତ ବର୍ଷ ଗୋଟିଏ ସପ୍ତାହରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି। ଆଜି କୋଟାରେ ଜେଇଇ ପ୍ରସ୍ତୁତ କରୁଥିବା ଜଣେ ୧୮ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ମୃତ୍ୟୁ ପୂର୍ବରୁ ବାପା-ମାଆଙ୍କ ଉଦ୍ଦେଶ୍ୟରେ ଏକ ସୁଇସାଇଡ ନୋଟ୍ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି… ‘ମମ୍ମି ପାପା ମୁଁ ଜେଇଇ କ୍ଲିଅର୍ କରିପାରିବିନି। ସେଥିପାଇଁ ଆତ୍ମହତ୍ୟା କରୁଛି। ମୁଁ ସବୁଠାରୁ ଖରାପ ଝିଅ, ସରି ମମ୍ମି ପାପା ଏଇଟା ହିଁ ମୋ ପାଇଁ ଶେଷ ଅପ୍ସନ।’