ଭୁବନେଶ୍ୱର: ପ୍ରତ୍ୟେକ ଦିନ ସ୍ନାନ କରିବା ଭଲ ନା ଖରାପ, କେବେ ଭାବିଛନ୍ତି କି ? ସବୁଦିନ ସ୍ନାନ କରିବ ଦ୍ୱାର ଆମ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ଅନେକ ଲୋକ ପ୍ରତିଦିନ ସ୍ନାନ କରିଥାନ୍ତି । କିଛି ଲୋକ ଶରୀର ଦୁର୍ଗନ୍ଦଠାରୁ ବର୍ତ୍ତିବା ପାଇଁ ସ୍ନାନ କରିଥାନ୍ତି ତ ଆଉ କିଛି ସକାଳୁ ଉଠିବା ପରେ ଏହାକୁ ଏକ ରୀତିନୀତି ଭାବରେ କରନ୍ତି । ହେଲେ ବିଶେଷଜ୍ଞମାନେ କହିଛନ୍ତି ଯେ, ସ୍ନାନ କରିବା ଆମେ ରହୁଥିବା ସ୍ଥାନ ବା ଅଞ୍ଚଳ ଉପରେ ନିର୍ଭର କରିଥାଏ । ଯେପରିକି ଆମେରିକାର ଦୁଇ ତୃତୀୟାଂଶ ଲୋକ ପ୍ରତିଦିନ ସ୍ନାନ କରୁଥିବା ବେଳେ ଅଷ୍ଟ୍ରେଲିଆରେ ୮୦ ପ୍ରତିଶତ ଲୋକ ସ୍ନାନ କରିଥାନ୍ତି । ସେହିପରି ଭାରତରେ ଅନେକ ଲୋକ ପ୍ରତିଦିନ ଗାଧୋଇଥାନ୍ତି । କିନ୍ତୁ ଚାଇନାରେ ଅଧାରୁ ଅଧିକ ଲୋକ ସପ୍ତାହରେ ମାତ୍ର ଦୁଇଥର ସ୍ନାନ କରନ୍ତି । ହେଲେ ପ୍ରତିଦିନ ଗାଧୋଇବା ଭଲ କି ? ବାରମ୍ବାର ଗାଧୋଇବାର ଲାଭ କ’ଣ ? ଆସନ୍ତୁ ଜାଣିବା…
ବିଶେଷଜ୍ଞ କହିଛନ୍ତି,” ଆମ ଚର୍ମରେ ସାଧାରଣତଃ ଏକ ତେଲିଆ ଆସ୍ତରଣ ରହିଛି । ଚର୍ମରେ ଭଲ ବ୍ୟାକ୍ଟେରିଆ ଏବଂ ମାଇକ୍ରୋ ଅର୍ଗାନିଶମ ମଧ୍ୟ ଅଛି । ତେବେ ବାରମ୍ବାର ସ୍ନାନ କରିବା ଦ୍ୱାରା ସେଗୁଡିକ ଧୋଇ ହୋଇଯାନ୍ତି । ଯଦି ଆପଣ ଗରମ ପାଣିରେ ସ୍ନାନ କରୁଛନ୍ତି । ତେବେ ଏହା ଅଧିକ ଧୋଇହେବା ସମ୍ଭାବନା ରହିଥାଏ । ଯାହାଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ । ଯଦି ତ୍ୱଚା ଶୁଷ୍କ ହୁଏ, ତାହାଲେ ଚର୍ମରେ ଛିଦ୍ର ଏବଂ ଖରାପ ଜୀବାଣୁ ପ୍ରବେଶ କରିପାରେ । ଫଳସ୍ୱରୂପ ଚର୍ମ ସମସ୍ୟା ଏବଂ ଆଲର୍ଜି ହେବାର ଆଶଙ୍କା ଅଛି । ଗାଧୋଇବା ସମୟରେ ବ୍ୟବହୃତ ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ଭଲ ବ୍ୟାକ୍ଟେରିଆକୁ ମାରିଦିଏ । ” ସେପଟେ ଅନ୍ୟ କିଛି ବିଶେଷଜ୍ଞ କୁହନ୍ତି,” ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ବ୍ୟବହାର କେଲେ ଶରୀରରେ ଥିବା ମୃତକୋଷ ଗୁଡ଼ିକ ଦୂର ହୋଇଥାଏ । ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି । “ଅନ୍ୟପଟେ ଅନେକ ଶିଶୁ ତଥା ଚର୍ମରୋଗ ବିଶେଷଜ୍ଞ ପ୍ରତିଦିନ ଗାଧୋଇବାକୁ ପରାମର୍ଶ ଦିଅନ୍ତିନାହିଁ । ବାରମ୍ବାର ସ୍ନାନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ବୋଲି ସେମାନେ କୁହନ୍ତି । ଯାହା ଏକ ଅନୁଧ୍ୟାନରୁ ଜଣାଯାଇଛି ।