27.1 C
Bhubaneswar
Tuesday, March 11, 2025
Homeଓଡିଶାପୁଣି ଆସୁଛି ପଶ୍ଚିମା ଝଡ, ୨୬ଯାଏ ଛେଚିବ

ପୁଣି ଆସୁଛି ପଶ୍ଚିମା ଝଡ, ୨୬ଯାଏ ଛେଚିବ

ଭୁବନେଶ୍ୱର:ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲା ବେଳେ ଆଜି ଆଉ ଏକ ପଶ୍ଚିମାଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାରି ପ୍ରଭାବରେ ରାଜ୍ୟରେ ଆଜି ରାତିଠୁ୨୬ ତାରିଖ ପର‌୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଦାସ କହିଛନ୍ତି, ଆଜି ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଆଜି ରାତିରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ବା ୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking