19.1 C
Bhubaneswar
Tuesday, January 28, 2025
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗରେ ଦିଦି, ଆସାମ୍‌ରେ ବିଜେପି ଆଗରେ

ପଶ୍ଚିମବଙ୍ଗରେ ଦିଦି, ଆସାମ୍‌ରେ ବିଜେପି ଆଗରେ

ନୂଆଦିଲ୍ଲୀ : ଭୋଟ୍ ଗଣତି ଅବ୍ୟାହତ ରହିଛି । ଦିନ ୧ଟା ସୁଦ୍ଧା ଯାହା ଖବର ମିଳିଛି । ସେଥିରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଥିବାର ସୂଚନା ମିଳୁଛି । ସତଚେଷ୍ଟା ସତ୍ତ୍ୱେ ବିଜେପି ଦିଦିଙ୍କୁ ହାରଇବା ସମ୍ଭବ ହେଉନାହିଁ । ଆସାମ୍‌ରେ ବିଜେପି ପୁଣି ଫେରିବାକୁ ଯାଉଛି । କଂଗ୍ରେସ ଏାଂରେ ଫେଲ୍ ମାରୁଛି । କେରଳ ନୂଆ ଇତିହାସ ହେବାକୁ ଯାଉଛି । ଏଲ୍‌ଟିଏଫ୍ ପୁଣି କ୍ଷମାତାୁ ଫେରିବାର ସୂଚନା ଦେଖାଦେଇଛି । ୟୁଡଏଫ୍‌ଏଠାରେ ପଛରେ ପଡ଼ିଛି । କେରଳରେ ସାଧାରଣତଃଃ ଗୋଟିଏ ଦଳ ଥରେ କ୍ଷମାତୁ ଆସିଲେ ପରବର୍ତ୍ତୀ ନିର୍ବାଚନରେ ଅନ୍ୟଦଳ କ୍ଷମାତାକୁ ଆସିଥାଏ । ଲଗାତାର ଭାବେ ଗୋଟିଏ ଦଳକୁ କେରଳ ବାସୀ ବାରମ୍ବାର କ୍ଷମତାକୁ ଆଣିବାର ବହୁ ନଜିର ରହିଛି । ତାଳିମଲନାଡୁରେ ବି ଡିଏମ୍‌କେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି । ଏଠାରେ ଏଆଇଏଡଇଏମ୍‌କେ ସହିତ ବିଜେପି ମେଣ୍ଟ କରିଥିଲେ ବି ଫାଇଦା ପାଇବନାହିଁ ବୋଲି ଦେଖାଦେଇଛି । କେନ୍ଦ୍ରଶାସିତ ଅଞ୍ଚ ପୁଡୁଚେରୀରେ କଂଗ୍ରେସକୁ ପଛରେ ପକାଇ ବିଜେପି କ୍ଷମତାକ୍‌ୁ ଆସୁଥିବା ସୂଚନା ମିଳିଛି । ଏଠାରେ ଗଣତିରେ କଂଗ୍ରେସ ଠାରୁ ବିଜେପି ଢ଼େର୍ ଆଗରେ ଅଛି ।

ପଶ୍ଚିମବଙ୍ଗ (୨୯୨)
ବିଜେପି +୮୭
ଟିଏମ୍‌ସି + ୨୦୩
ସିପିଆଇ(ଏମ୍‌) (୦୦)
ଓଟିଏଚ୍ (୦୨)

ଆସାମ୍‌ରେ – ୧୨୬
ବିଜେପି +୮୧
କଂଗ୍ରେସ + ୪୫
ୟୁଆର୍‌ଏଫ୍ + ୦୦
ଓଟିଏଚ୍ ( ୦୦)

କେରଳ – ୧୪୦
ଏଲ୍‌ଡିଏଫ୍ + ୮୯
ୟୁଡିଏଫ୍ + ୪୬
ବିଜେପି + ୦୩
ଡଟିଏଚ୍ (୦୨)

ତାମିଲନାଡୁରେ (୨୩୪)
ଡିଏମ୍‌କେ + ୧୩୧
ଏଆଇଏଡିଏମ୍‌କେ + ୯୯
ଏମ୍‌ଏନ୍‌ଏମ୍ + ୦୧
ଓଟିଏଚ୍ (୦୩)

ପୁଡୁଚେରୀରେ – ୩୦
କଂଗ୍ରେସ୍ + ୦୩
ବିଜେପି + ୧୦
ଏଆଇଏନ୍‌ଆର୍‌ସି +୦୦
ଓଟିଏଚ୍ (୦୧)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking