କୋଲ୍କାତା: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର କାଲିୟାଗଞ୍ଜ ଥାନାକୁ ଆନ୍ଦୋଳକାରୀମାନେ ମଙ୍ଗଳବାର ପୋଡ଼ି ଦେଇଛନ୍ତି । ଜଣେ ନାବାଳିକାର ମୃତ୍ୟୁକୁ ନେଇ ଆକ୍ରୋଶରେ ଥିବା ଲୋକମାନେ ଏହି ପଦକ୍ଷେପ ନେଇଛନ୍ତି । କିଛିଦିନ ପୂର୍ବେ ମଧ୍ୟ ଏହି ଘଟଣାକୁ ନେଇ ଲୋକମାନେ ଆନ୍ଦୋଳନ କରିଥିଲେ । ଥାନାପୋଡ଼ି ଘଟଣା ପରେ କାଲିୟାଗଞ୍ଜ ଥାନା ଆଖପାଖରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ମଙ୍ଗଳବାର ରାୟଗଞ୍ଜରେ ବିଜେପି ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନ ଅବସରରେ ଲୋକମାନେ ଏସ୍ପି ଅଫିସ୍ ଘେରାଉ କରିବାକୁ ପହଞ୍ଚିଥିବା ବେଳେ ହିଁ ଏହି ଥାନାପୋଡ଼ି ଘଟଣା ହୋଇଛି । ନାବାଳିକା ମୃତ୍ୟୁ ଏବଂ ଥାନାପୋଡ଼ି ଘଟଣାକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋର୍ ଧରିଛି । ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଜେପି ବିରୋଧରେ ହିଂସାକାଣ୍ଡ ଉସୁକାଇବା ଅଭିଯୋଗ କରିଛି । ଏହି ପୂରା ମାମଲାରେ ବିଷ ଦେବା ଜନିତ ହୋଇଥିବା ବେଳେ ବିଜେପି ଏହାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଭାବେ ଦର୍ଶାଇ ହିଂସାକାଣ୍ଡକୁ ଉସୁକାଇଛି ବୋଲି ଟିଏମ୍ସି ଅଭିଯୋଗ କରିଛି । ନାବାଳିକାର ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁକୁ ନେଇ ବିଜେପି ମିଥ୍ୟା ବୟାନ ଦେଉଥିବା ଟିଏମ୍ସି କହିଛି ।