ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ବଙ୍ଗଳାରେ ୩୦ ସିଟ ଓ ଆସାମରେ ୩୯ ସିଟ ପାଇଁ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ନନ୍ଦୀଗ୍ରାମ ସିଟ ଉପରେ ରହିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପୂର୍ବ ସହଯୋଗୀ ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ମଇଦାନରେ ଅଛନ୍ତି । ନିର୍ବାଚନ ଆୟୋଗ ନନ୍ଦିଗ୍ରାମରେ ଧାରା ୧୪୪ ଲଗାଇଛନ୍ତି ଏବଂ ନନ୍ଦୀଗ୍ରାମରେ ମତଦାନ କେନ୍ଦ୍ରର ୨୦୦ ମିଟର ମଧ୍ୟରେ ୫୪ କିମ୍ବା ଏହାଠୁ ଅଧିକ ଲୋକଙ୍କ ଗୋଟିଏ ଜାଗାରେ ରହିବା ବାରଣ ରହିଛି । ବର୍ତମାନ ସୁଦ୍ଧା ୮୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି । ସନ୍ଧ୍ୟା ୬ଟା ୩୦ ଯାଏଁ ମତଦାନ ଚାଲିବ ।