30.1 C
Bhubaneswar
Thursday, April 25, 2024
Homeଲାଇଫ୍ ଷ୍ଟାଇଲ୍ମେଥି ଦାନାର ଉପକାରିତା

ମେଥି ଦାନାର ଉପକାରିତା

ଭୁବନେଶ୍ୱର: ଫିଟ ରହିବା ପାଇଁ ଏବଂ ଓଜନ କମ କରିବା ପାଇଁ ପୃଷ୍ଟିକର ଏବଂ ପୋଷକ ତତ୍ୱରେ ଭରପୂର ଡାଏଟ ନେବା ନିହାତି ଜରୁରୀ । ଏହାସହିତ ଆପଣଙ୍କ ରୋଷେଇ ଘରେ କିଛି ଏମିତି ଜିନିଷ ରହିଛି, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ମେତି ମଂଜି ସେଥିରୁ ଅନ୍ୟତମ । ଓଜନ କମେଇବା ପାଇଁ ମେଥି ହେଉଛି ସବୁଠୁ ବେଷ୍ଟ । ଯଦି ଆପଣ ଏହାର ସଠିକ ବିନିଯୋଗ କରନ୍ତି, ତେବେ ଏହା ଚମତ୍କାରୀ ଫାଇଦା ଆପଣଙ୍କୁ ଦେଇଥାଏ । ଏଥିରେ ଫାଇବର, ଆଇରନ, ଭିଟାମିନ ଏ ଏବଂ ଡି ଭରି ରହିଥାଏ । ଏଥିରେ ଥିବା ଫାଇବର ପାଇଁ ପାଚନ କ୍ରିୟା ସଠିକ୍ ଭାବରେ ହୋଇଥାଏ ଏବଂ ବିଷାକ୍ତ ପଦାର୍ଥରୁ ବି ମୁକ୍ତି ମିଳିଥାଏ । ସୁପରଫୁଡ ଭାବରେ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ । ମେଟୋବୋଲିଜିମ ଏବଂ ଇନସୁଲିନ ରେଜିଷ୍ଟାଣ୍ଟ ପାଇଁ ଏହା ଉତ୍ତମ ହୋଇଥାଏ ।

ଓଜନ କମ କରିବା ପାଇଁ ମେଥି ମଂଜିର ସେବନ ସକାଳେ କରନ୍ତୁ । ରାତିରେ ପାଣିରେ ମେଥି ଦାନା ପକାଇ ରଖନ୍ତୁ । ପରେ ସକାଳେ ପିଅନ୍ତୁ । ଆପଣ ତାକୁ ଫୁଟାଇ ମଧ୍ୟ ପିଇପାରିବେ । ଖାଲି ପେଟରେ ଏହାକୁ ପିଇବା ଦରକାର ।
ମେଥି ଚା ମଧ୍ୟ ଏକ ଭଲ ବିକଳ୍ପ , ଯଦି ଆପଣ ଲୋ କ୍ୟାଲୋରୀଯୁକ୍ତ ଡ୍ରିଙ୍କ ନେବାକୁ ଚାହୁଁଛନ୍ତି । ଏହି ଚା ଆପଣଙ୍କୁ ଡିଟକ୍ସିଫାଇ କରିଥାଏ । ଗୋଟିଏ ଚାମଚ ମେଥି ଦାନା, ଡାଲଚିନି ଓ ଅଦା ମିଶାଇ ଫୁଟାଇ ଦିଅନ୍ତୁ । ପରେ ପିଅନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking