25.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶସାଇକେଲରେ ମୋଜା ବୁଣା

ସାଇକେଲରେ ମୋଜା ବୁଣା

ନୂଆଦିଲ୍ଲୀ : ବିଂଶ ଶତାବ୍ଦୀର ଶେଷ ଭାଗରେ ଢିଲା ମୋଜା ପିନ୍ଧିବା ଏକ ଷ୍ଟାଇଲରେ ପରିଣତ ହୋଇଥିଲା। ତେବେ ସମୟକ୍ରମେ ଏହା ଲୋକଲୋଚନରୁ ଅଦୃଶ୍ୟ ହୋଇଗଲା ଏବଂ ଏଭଳି ମୋଜା ଉତ୍ପାଦନ କରୁଥିବା ଫ୍ୟାକ୍ଟ୍ରି ଗୁଡ଼ିକରେ ତାଲା ଝୁଲିଲା। ମାତ୍ର ଜାପାନର ‘ସୋକି ସକ୍ସ’ କମ୍ପାନି ଏ ପର‌୍ୟ୍ୟନ୍ତ ଢିଲା ମୋଜା ଉତ୍ପାଦନ ଜାରି ରଖିଛି। ସବୁଠାରୁ ଆଶ୍ଚର‌୍ୟ୍ୟର କଥା ଏଠାରେ ସାଇକେଲ ଦ୍ବାରା ମୋଜା ବୁଣା ଯାଉଛି। ଏକ ତନ୍ତୁବୁଣା ମେସିନକୁ ସାଇକେଲର ପେଡାଲ ସହିତ ସଂଯୋଗ କାରାଯାଇଛି। ଚାଳକ ପେଡାଲ ମାରିବା ଦ୍ବାରା ମେସିନଟି କାର‌୍ୟ୍ୟକ୍ଷମ ହୋଇଥାଏ।
ଏହି ଫ୍ୟାକ୍ଟ୍ରିରେ ଗ୍ରାହକଙ୍କୁ ନିଜ ପସନ୍ଦର ରଙ୍ଗ ଏବଂ ମାପ ମୁତାବକ ମୋଜା ତିଆରି କରିବାର ସ୍ବାଧୀନତା ଦିଆଯାଉଛି। ‘ଚାରିକ୍ସ’ ନାମକ ଏହି ମେସିନ ଦ୍ବାରା ଏକ ହଳ ମୋଜା ବୁଣିବାକୁ ମାତ୍ର ୧୦ ମିନିଟ ସମୟ ଲାଗୁଛି। ଏଥିପାଇଁ ପ୍ରାୟ ୧୮ ଡଲାର ଗଣିବାକୁ ପଡୁଛି। ଫ୍ୟାକ୍ଟ୍ରି ବୁଲିବାକୁ ଆସୁଥିବା ଲୋକମାନେ ଏହି ମେସିନକୁ ବ୍ୟବହାର କରିପାରୁଛନ୍ତି। କେବଳ ମୋଜା ନୁହେଁ ଏହି ମେସିନ ଦ୍ବାରା ଟ୍ରାଉଜର, ଗ୍ଲୋଭ୍ସ ଏବଂ ଶୀତବସ୍ତ୍ର ବୁଣାଯାଇପାରୁଛି। ଅନଲାଇନରେ ଏହାର ସାମଗ୍ରୀଗୁଡ଼ିକ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking