31.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶା ମୁହାଁଇବ ଲଘୁଚାପ, ୧୭ରୁ ପ୍ରବଳ ବର୍ଷା

ଓଡ଼ିଶା ମୁହାଁଇବ ଲଘୁଚାପ, ୧୭ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ତେବେ ଏହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତମାନେ ଅନୁମାନ କରୁଛନ୍ତି । ତେବେ ବାତ୍ୟା ଆଶଙ୍କା ଟଳି ଯାଇଥିବା ବେଳେ ଦଶହରାରେ ପବନର ଆଶଙ୍କା ମଧ୍ୟ ହ୍ରାସ ପାଇଛି । ଏହାର ପ୍ରଭାବରେ ଆସନ୍ତା ୧୭ରୁ ୧୯ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସେହି ସ୍ଥାନରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରହିବ । ୧୩ରେ ଲଘୁଚାପ କ୍ଷେତ୍ର ହୋଇ ୧୫ରେ ୱେଲ ମାର୍କଡରେ ପରିଣତ ହେବ । ୧୭ ତାରିଖ ସକାଳେ ଅବତାପରେ ପରିଣତ ହୋଇ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ରହିବ । ୧୭ ତାରିଖରୁ ୧୮ ତାରିଖ ସନ୍ଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking