17.1 C
Bhubaneswar
Monday, November 25, 2024
Homeଓଡିଶା୧୧ରେ ପୁଣି ଲଘୁଚାପ : ଗଣେଷ ପୂଜା, ନୂଆଖାଇରେ ପ୍ରବଳ ବର୍ଷିବ

୧୧ରେ ପୁଣି ଲଘୁଚାପ : ଗଣେଷ ପୂଜା, ନୂଆଖାଇରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସେପ୍ଟେମ୍ବର ଆରମ୍ଭରୁ ଏଯାବତ୍ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ରାଜ୍ୟରେ ଗତ ୭ ଦିନରେ ପ୍ରାୟ ୬୩ ମିମି ସ୍ୱାଭାବିକ ବର୍ଷା ହେବାର ଥିଲା, ଏହି ସମୟ ପରିଧି ମଧ୍ୟରେ ୬୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୫% ନିଅଣ୍ଟ ଥିଲେ ମଧ୍ୟ ଜାରି ଥିବା ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଥିବାରୁ ଚଳିତ ସେପ୍ଟେମ୍ବରରେ ଭଲ ବର୍ଷା ହେବା ନେଇ ଆଶଙ୍କା ରହିଛି । ଗତକାଲି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଛତିଶଗଡ଼ର ଦକ୍ଷିଣ ପଟକୁ ଗତି କରୁଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ଯାଏଁ ରାଜ୍ୟର ଏକାଧିକ ଜିଲ୍ଲାକୁ ବର୍ଷା ଜାରି ରହିବ ।

୯ ତାରିଖ ସକାଳ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କିନ୍ତୁ ୯ ତାରିଖ ସକାଳୁ ବର୍ଷାର ପରିମାଣ ପୁଣି ବୃଦ୍ଧିପାଇବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍ ବିଶ୍ୱାସ କହିଛନ୍ତି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୧ ତାରିଖ ବେଳକୁ ରାଜ୍ୟକୁ ଆଉ ଏକ ଲଘୁଚାପ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୯ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାଫଳରେ ରାଜ୍ୟକୁ ଭାରୀ ବର୍ଷା ସମ୍ଭାବନା ରହିଥିବା ଶ୍ରୀ ବିଶ୍ୱାସ କହିଛନ୍ତି । ସୂଚନା ମୁତାବକ, ସାମ୍ଭାବ୍ୟ ଲଘୁଚାପର ବିଶେଷ ପ୍ରଭାବ ଉତ୍ତର ତଥା କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ରହିପାରେ । ଦକ୍ଷିଣ ସୀମାନ୍ତ ତଥା ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ଏହାର ଆଂଶିକ ପ୍ରଭାବ ନଜରକୁ ଆସିବ ।

ସମୟ ଅନ୍ତରାଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି । ଆସନ୍ତା ୧୦ ତାରିଖ ଗଣେଷ ପୂଜା ଓ ୧୧ ତାରିଖ ନୂଆଖାଇ ଥିବାବେଳେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ଖାଲି ସେତିକି ନୁହେଁ ବରଂ ଗତ ୩୯ ଦିନ ହେବ ଓଡ଼ିଶାକୁ ମୁହଁ ମୋଡ଼ିଥିବା ମୌସୁମୀ ବର୍ଷା ଏବେ ପୁନଃ ସକ୍ରିୟ ହୋଇଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ତଥ୍ୟ ମୁତାବକ, ଗତ ସୋମବାରଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିଛି । ମଙ୍ଗଳବାର ରାଜ୍ୟରେ ୮୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଥିବାବେଳେ ପ୍ରାୟ ସମସ୍ତ ଜିଲ୍ଲାର ଏକାଧିକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି ।

ଗଞ୍ଜାମରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଗଜପତି, ନୟାଗଡ଼, କୋରାପୁଟ, ପୁରୀ, କଟକ, ଜଗତସଂହପୁର, ରାୟଗଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଅନୁଗୁଳ ପ୍ରଭୃତ୍ତି ମୁଖ୍ୟ ଜିଲ୍ଲାଗୁଡ଼ିକରେ ଭାରୀ ବର୍ଷା ରେକର୍ଡ ହୋଇଛି । ଫଳରେ ରାଜ୍ୟରେ ଅଭାବୀ ବର୍ଷା ପରିମାଣ ମଧ୍ୟ ୨% ହ୍ରାସ ପାଇଛି । ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ୯୯୨.୫ ମିମି ସ୍ୱାଭାବିକ ବର୍ଷା ହେବାର ଥିଲା । ହେଲେ ଏବେସୁଦ୍ଧା ମାତ୍ର ୭୨୧.୯ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷାଠୁ ୨୭% ନିଅଣ୍ଟ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ୨୦ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବାବେଳେ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ମାଲକାନାଗିରି, କୋରାପୁଟ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ନୂଆପଡ଼ାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ସେହିପରି ଏବେସୁଦ୍ଧା ୫ ଜିଲ୍ଳାରେ ୪୦%ରୁ ଅଧିକ ନିଅଣ୍ଟ ବର୍ଷା ରେକର୍ଡ ହୋଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର, ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁର ରହିଛି । ବାକି ୧୫ ଜିଲ୍ଲାରେ ଅଭାବୀ ବର୍ଷା ପରିମାଣ ୨୦ରୁ ୪୦% ମଧ୍ୟରେ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ସୋମବାର ପରି ମଙ୍ଗଳବାର ମଧ୍ୟ ରାଜ୍ୟରେ ଦିନ ତମାମ ଲଗାଣ ବର୍ଷା ଜାରି ରହିଛି । ଉପକୂଳବର୍ତ୍ତି କିଛି ଜିଲ୍ଲାରେ ପ୍ରଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରୀୟ ତଥା ଦକ୍ଷିଣ ଆଭ୍ୟନ୍ତାରୀଣ ଜିଲ୍ଲାଗୁଡ଼ିକରେ ଆଂଶିକ ବର୍ଷା ନଜରକୁ ଆସିଛି । ହେଲେ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପ ରେଖା ସକାଶେ ଆକାଶ ମେଘାଚ୍ଛନ୍ନ ଓ ପାଗ ମେଘୁଆ ରହିଥିବା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking