26.1 C
Bhubaneswar
Thursday, December 25, 2025
Homeଓଡିଶାଅବପାତ ରୂପ ନେବ ଲଘୁଚାପ : ୪ ଦିନ ପ୍ରବଳ ବର୍ଷା !

ଅବପାତ ରୂପ ନେବ ଲଘୁଚାପ : ୪ ଦିନ ପ୍ରବଳ ବର୍ଷା !

ଭୁବନେଶ୍ୱର: କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଉତ୍ତର ଦିଗରେ ଗତି କରି ଘନୀଭୂତ ହେବା ସହ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଗା‌େ‌ଙ୍ଗୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳକୁ ଗତି କରିବ। ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ମୁହଁାଇବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଏବଂ ଗଜପତି ଜିଲାରେ ବର୍ଷା ହୋଇଛି।

ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେତେକ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରି ଜିଲାରେ ବିଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। କାଲିମେଳା ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ୟାଶ୍ରମ ପୋଲ ଉପରେ ଶୁକ୍ରବାର ପାଣି ପ୍ରବାହିତ ହେଉଛି। ଅପରାହ୍ଣ ସାଢ଼େ ୩ଟାରେ ପୋଲ ଉପରେ ୨ଫୁଟ୍‌ ଜଳ ପ୍ରବାହିତ ହେଉଥିଲା। ପୁରୀରେ ୩୮.୪ମି.ମି ବର୍ଷା ରେକର୍ଡ ହୋଇଥିବାବେଳେ ନବରଙ୍ଗପୁର ୩୮.୨, କଟକ ୧୦.୪ ମି.ମି, ଦାରିଙ୍ଗବାଡ଼ି ୧୧ମି.ମି., ପାରଳାଖେମୁଣ୍ଡିରେ ୮.୪ ମି.ମି ଏବଂ ଭୁବନେଶ୍ବରରେ ୪.୬ମି.ମି ବର୍ଷା ହୋଇଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ ଏବଂ ସମ୍ବଲପୁର ଜିଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକ ସତର୍କ ରହିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking