30.1 C
Bhubaneswar
Thursday, January 23, 2025
Homeଓଡିଶାରାଜ୍ୟକୁ ଫେରିଲା ଶୀତ : ଦାରିଙ୍ଗବାଡି଼ରେ ସର୍ବନିମ୍ନ ୬.୫ ଡିଗ୍ରୀ

ରାଜ୍ୟକୁ ଫେରିଲା ଶୀତ : ଦାରିଙ୍ଗବାଡି଼ରେ ସର୍ବନିମ୍ନ ୬.୫ ଡିଗ୍ରୀ

ଭୁବନେଶ୍ୱର:  ରାଜ୍ୟକୁ ବର୍ତ୍ତମାନ ଶୀତ ଲହରୀ ପୁଣିଥରେ ଲେଉଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବହୁ ତଳକୁ ଖସିଛି । ୧୦ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ଶୀତ ଲହରୀକୁ ଦୃଷ୍ଟିରେ ରଖି ୩୦ ତାରିଖ ସକାଳ ଯାଏ ୧୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ ଏବଂ କେନ୍ଦୁଝର ।

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୮.୦ ଡିଗ୍ରୀ, କେନ୍ଦୁଝରରେ ୮.୦ ଡିଗ୍ରୀ, ଝାରସୁଗୁଡ଼ାରେ ୯.୦ ଡିଗ୍ରୀ, ସୋନପୁରରେ ୯.୦ ଡିଗ୍ରୀ, ବୌଦ୍ଧରେ ୯.୦ ଡିଗ୍ରୀ, ଭବାନୀପାଟଣାରେ ୯.୦ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ, ଏବଂ ନୟାଗଡ଼ରେ ୧୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୨.୧ ଡିଗ୍ରୀ ଏବଂ କଟକରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ୩୦ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ସର୍ବନିମ୍ନ ତାପମାତ୍ରାରେ ଆଗାମୀ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅଧିକାଂଶ ଜିଲ୍ଲାରର ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking