36.1 C
Bhubaneswar
Sunday, May 19, 2024
Homeଓଡିଶାଖସୁଛି ପାରଦ, ବଢୁଛି ଶୀତ

ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ବର : ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍‌ ସ୍ଥିତି ଜାରି କରାଯାଇଛି। ରାତିର ତାପମାତ୍ରା ଆଗାମୀ ୨ଦିନରେ ୨ରୁ ୩ଡିଗ୍ରୀ ସେଲସିୟସ କମିବ। ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ଦାରିଙ୍ଗିବାଡିରେ ୮ ଡିଗ୍ରୀ ସେଲସିୟସ୍‌ ରହିଥିଲା।

ରାଜ୍ୟରେ କୌଣସି ପାଣିପାଗର ପ୍ରଭାବ ନଥିବାରୁ ଆଗାମୀ ୫ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଫଳରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଅଧିକ ଶୀତ ଅନୁଭୂତ ହେବ। ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ। ଉପକୂଳ ଅଞ୍‌ଳର ଅନୁଗୁଳ ଢେଙ୍କାନାଳ, କଟକ ଜିଲ୍ଲାରେ ମଧ୍ୟ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କରଞ୍ଜିଆ ଅଞ୍ଚଳରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦୁଇଦିନ ପୂର୍ବରୁ ବର୍ଷା ହେବା ପରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ସନ୍ଧ୍ୟା ୭ଟା ପୂର୍ବରୁ ଦୋକାନ ବଜାର ଖାଁ ଖାଁ ହୋଇଯାଉଛି। ସେହିପରି ସକାଳୁ ଘନ କୁହୁଡି ସହିତ ଜାଡରେ ଥରୁଛି ମୟୂରଭଞ୍ଜ। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking