ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ନେଇ ପ୍ରଭାତୀ ପରିଡା ପ୍ରତିକ୍ରିୟା ଦେଇଛନ୍ତି ା କହିଛନ୍ତି ୬ରେ ଆସିବେ ବୈଦେଶିକ ମନ୍ତ୍ରୀ , ୯ରେ ଆସିବେ ପ୍ରଧାନମନ୍ତ୍ରୀ , ୧୦ ରେ ଆସିବେ ରାଷ୍ଟ୍ରପତି । ଅଢେଇ ହଜାର ପ୍ରବାସୀ ଓଡିଶା ଆସିବାକୁ ପଞ୍ଜିକରଣ କରିଛନ୍ତି । କିଛି ପ୍ରବାସୀ ଓଡିଆ ଲୋକଙ୍କ ଘରେ ହୋମ ଷ୍ଟେରେ ରହିବେ । ତାପରେ ଭୁବନେଶ୍ୱରରେ ପଥତ୍ସବ ଚାଲିବ ଏବଂ ପୁରୀରେ ବିଚ ଫେଷ୍ଟିଭାଲ ମଧ୍ୟ ଚାଲିବ । ମୁକ୍ତେଶ୍ୱର ଫେଷ୍ଟିଭାଲଠୁ ଆରମ୍ଭ କରି ଯାହା ଉତ୍ସବ ଅଛି ହେବ କହିଛନ୍ତି ପ୍ରଭାତୀ ପରିଡା । ପ୍ରବାସୀଙ୍କୁ ବିଭିନ୍ନ ପଯ୍ୟଟନସ୍ଥଳୀ ବୁଲାଇବାକୁ ଗାଇଡ ରହିବେ । ଏଥିପାଇଁ ୩୧ ଟି ପଯ୍ୟଟନସ୍ଥଳୀକୁ ପ୍ରଦର୍ଶିତ ପାଇଁ ପ୍ରସ୍ତୁତି ହୋଇଛି ।
୨୭ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ ଆଫ୍ୱାର୍ଡ – ୨୦୨୫ । ୨୭ ଜଣଙ୍କୁ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ବିଭିନ୍ନ ଦିଗକୁ ନେଇ ନୋମିନେସନ ପରେ ୨୭ ଜଣ ମନୋନୀତ ହୋଇଛନ୍ତି ।