ବରଗଡ : ମରୁଡି ପ୍ରପିଡିତ ବରଗଡ ଜିଲ୍ଲା ଗାଇସିଲାଟି ବ୍ଲକରେ ଦେବଦତ କୁବ ମାଧ୍ୟମରେ ନାବାର୍ଡ ସହାୟତାରେ , ବାବା ମୁକ୍ତେଶ୍ଵର ଜଳ ବିଭାଜିକା ପ୍ରକଳ୍ପ ଛିନ୍ଦୁପାଲି ଓ ମୀ ମହଦାଶନୀ ଜଲ ବିଭାଜିକା ପ୍ରକଳ୍ପ ସାଇତୁଙ୍ଗୁରିପାଲି ନାମରେ ୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରେ ଏସଜିପି, ଡ଼ବଲୁଏଚଏସ ,ବିଡ଼ବ୍ଲୁସିଡ଼ି , ଇପି ,ପିଟି ଜିବନ ଜିବୀକା ଉନ୍ନତି ନିମନ୍ତେ ଆର୍ଥିକ ସହାୟତା ସହ ତାଳିମ ଦେବାର କାର୍ୟ୍ୟକ୍ରମ ଚାଲୁ ରହିଛି । ଏହି କାର୍ୟ୍ୟକ୍ରମ ପାଇଁ ବହୁତ ଲୋକ ଲାଭବାନ ହେଉଥିବାର ପରିଲକ୍ଷିତ ହେଉଛି । ସେହିପରି ନଟବରପୁରର ଜଣେ ଚାଷୀ କିଶୋର ଜାଲ ଜଳ ବିଭାଜିକା ମାଧ୍ୟମରେ ଏକ ପଲେସନ ବ୍ୟାଙ୍କ କରିଥିଲେ ,ଯଦ୍ବାରା ତାଙ୍କ ପତିଆ ପଢୁଥିବା ଜମିରେ , ଆଜି ଚାଷ କରି ଲାଭବାନ ହୋଇପାରିଛନ୍ତି ଓ ତାଙ୍କ ସହିତ ୮ ଜଣ ଚାଷୀମାନେ ମଧ୍ୟ ଲାଭବାନ ହୋଇଥିବା ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଏହି ଅଂଚଲରେ କାର୍ଯ୍ୟକ୍ରମର ଆବଶ୍ୟକତା ଥିଲା ତେଣୁ ସେ ଦେବଦତ କ୍ଲବ ଓ ନାବାର୍ଡ କୁ ଧନ୍ୟବାଦ ଜଣାଇଛନ୍ତି ।